ପ୍ରଥମ ଥର ପାଇଁ ମାନିଲା ଚୀନ୍‌ ଗଲଓ୍ୱାନରେ କେତେ ସୈନ୍ୟଙ୍କୁ ହରାଇଥିଲା

ନୂଆଦିଲ୍ଲୀ: ଗତବର୍ଷ ପୂର୍ବ ଲଦାଖର ଗଲଓ୍ୱାନ ଘାଟିରେ ଚୀନ-ଭାରତ ସେନା ମୁହାଁମୁହିଁ ହୋଇଥିଲେ। ଠେଲାପେଲା ଏବଂ ଟେକା ପଥର ମାଡ ଘଟଣାରେ ଭାରତର ଅନେକ ଯବାନ ସହିତ ହୋଇଥିଲେ। ତେବେ ଚୀନ ପକ୍ଷରୁ ତାହାର ମୃତାହତ ସେନାଙ୍କର କୌଣସି ସୂଚନା ସରକାରୀ ଭାବେ ଦିଆଯାଇ ନ ଥିଲା। ଘଟଣାର ପ୍ରାୟ ଏକ ବର୍ଷ ପରେ ଚୀନ ଏହି ସତ୍ୟ ପଦାକୁ ଆଣିଛି । ଏହି ସଂଘର୍ଷରେ ୫ ଚୀନ ଅଧିକାରୀ ଓ ସୈନ୍ୟଙ୍କ ମୃତ୍ୟୁ ଘଟିଛି ବୋଲି ସ୍ୱୀକାର କରିଛି।

ପ୍ରଥମ ଥର ପାଇଁ ଚୀନ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ଯେ, କାରାକୋରମ୍ ପର୍ବତମାଳାରେ ମୁତୟନ ୫ ଅଧିକାରୀ ଓ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା PLA ପକ୍ଷକୁ କୁହାଯାଇଛି । ସେମାନଙ୍କୁ ସାମରିକ ସମ୍ମାନ ଦିଆଯାଇଛି । ଭାରତ ସହିତ ସଂଘର୍ଷରେ ସେମାନେ ବଳିଦାନ ଦେଇଥିଲେ ବୋଲି କହିଛି ସେଣ୍ଟ୍ରାଲ ମିଲିଟାରି କମିଶନ୍ ଅଫ୍ ଚାଇନା ।

ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଏହି କଥାକୁ ଚୀନ ସ୍ୱୀକାର କରିଛି  । ସେନାର ଖବରକାଗଜରେ ଏ ସଂପର୍କିତ ଖବର ପ୍ରକାଶ ପାଇଛି।  ଗତ ବର୍ଷ ଜୁନ ୧୫ରେ ପୂର୍ବ ଲଦାଖର ଗଲଓ୍ୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା ସୀମା ବିବାଦକୁ ନେଇ ଆଲୋଚନା ଚାଲିଥିବା ବେଳେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନର ସୈନ୍ୟ ଅଚାନକ ଆକ୍ରମଣ କରିଥିଲେ। ଏଥିରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ। ଚୀନର ମଧ୍ୟ ବହୁ ସୈନ୍ୟ ମୃତାହତ ହୋଇଥିବା କୁହାଯାଇଥିଲା ।

କିନ୍ତୁ ଏ ନେଇ ଆନୁଷ୍ଠାନିକ ଭାବେ ଆଜି ପର୍ଯ୍ୟନ୍ତ ଚୀନ ସେନା କିଛି ସ୍ପଷ୍ଟ କରିନଥିଲା । କିଛି ଦିନ ତଳେ ରୁଷର ଏକ ନ୍ୟୁଜ ଏଜେନ୍ସି କହିଥିଲା ଯେ, ଗଲଓ୍ୱାନ ସଂଘର୍ଷରେ ୪୫ ଚୀନ ସୈନ୍ୟ ନିହତ ହୋଇଥିଲେ। ତେବେ ଆଜି ବି ସନ୍ଦେହ କରାଯାଉଛି, ଚୀନ ମୃତାହାତ ସୈନ୍ୟଙ୍କ ସଂଖ୍ୟ ଲୁଚାଉଛି।

ସୂଚନାଥାଉ କି, ରୁଷ୍‌ର ଏକ ନ୍ୟୁଜ ଏଜେନ୍ସି ତାସ୍ କହିଛି, ଗତବର୍ଷ ଭାରତ-ଚୀନ ସେନାଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ଚୀନ୍‌ର ପ୍ରାୟ ୪୫ ଜଣ ସୈନିକ ପ୍ରାଣ ହରାଇଥିଲେ। ଭାରତୀ ସେନାର ଜଣେ କମାଣ୍ଡିଙ୍ଗ ଅଧିକାରୀଙ୍କ ସମେତ ୨୦ ଜଣ ଏହି ଘଟଣାରେ ସହିତ ହୋଇଛନ୍ତି। ତେବେ ଚୀନର କେତେ ସୈନ୍ୟ ପ୍ରକୃତରେ ପ୍ରାଣ ହରାଇଥିଲା ସେ ସମ୍ପର୍କରେ କେବେ ବି ସରକାରୀ ସ୍ତରରେ ସୂଚନା ଦିଆଯାଇ ନାହଁ।

ଏଠି କହିରଖିବୁ, ଚୀନ୍‌ର ସେଣ୍ଟ୍ରାଲ ମିଲିଟ୍ରି କମିଶନ ଅଫ ଚାଇନା (CMC) ଏହି ୫ ଜଣ ଅଫିସର ଓ ସେନାକର୍ମୀଙ୍କୁ  ଶ୍ରଦ୍ଧାଞ୍ଜଳି ଜଣାଇଥିଲା ଯେଉଁମାନେ କାରାକୋରମ ପାହାଡି ଇଲାକାରେ ମୁତୟନ ଥିଲେ ଏବଂ ଜୁନ ୨୦୨୦ରେ ଗଲବାନ ଘାଟିରେ ଭାରତୀୟ ସେନାଙ୍କୁ ସହ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଥିଲେ।

 

 

You might also like