ମୁଖ୍ୟ ଶାସନ ସଚିବ ଓ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଲେ ମୁଖ୍ୟ ନିର୍ବାଚନ କମିଶନ

ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ଅଫିସରଙ୍କ ବଦଳି ନେଇ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଓ ସିକିମର ମୁଖ୍ୟ ସଚିବ ଏବଂ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି।

ଦୀର୍ଘଦିନ ଧରି ଗୋଟିଏ ଜାଗାରେ ରହିଥିବା ଏବଂ ଘରୋଇ ଜିଲ୍ଲାରେ ଅବସ୍ଥାପିତ ଅଧିକାରୀଙ୍କ ସଂପର୍କରେ ଜଣାଇବା ଲାଗି ଏଥିରେ କୁହାଯାଇଛି। ସ୍ୱଚ୍ଛ ଓ ଅବାଧ ନିର୍ବାଚନ ଲାଗି ସଂପୃକ୍ତ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବାର ଆବଶ୍ୟକ ରହିଛି। ଏଣୁ ଏନେଇ ପଦକ୍ଷେପ ନେବାକୁ କୁହାଯାଇଛି ।

ଯେଉଁ ଅଧିକାରୀଙ୍କର କାର୍ଯ୍ୟକାଳ ଅବସ୍ଥାପିତ ସ୍ଥାନରେ ମେ ୩୧ ସୁଦ୍ଧା ୩ ବର୍ଷ ପୁରୁଥିବ, ସେମାନଙ୍କୁ ବଦଳି ପାଇଁ କୁହାଯାଇଛି। ଏପରିକି ୨୦୧୭ ନିର୍ବାଚନ ବେଳେ ଥିବା ଅଧିକାରୀ ଯେପରି ପୁଣି ସେହି ସ୍ଥାନକୁ ବଦଳି ହୋଇ ନ ଆସନ୍ତି, ସେଥିପ୍ରତି ବି ଧ୍ୟାନ ଦେବାକୁ କୁହାଯାଇଛି।

You might also like