ଦେଶରେ ପ୍ରଥମ ଥର ଲାଗି ନିଯୁକ୍ତ ହେବେ ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ : ଅାଗାମୀ ସାଧାରଣ ନିର୍ବାଚନରେ ଭୋଟିଂ ବ୍ୟବସ୍ଥାକୁ ଅାହୁରି ସରଳ କରିବାକୁ  ଉଦ୍ୟମ କରିଛନ୍ତି  ନିର୍ବାଚନ କମିଶନ।  ଏହି କ୍ରମରେ ଦେଶରେ ପ୍ରଥମଥର ଲାଗି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ।

ଅାଜି ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଓ.ପି. ରାଓ୍ୱତ। ଅାଜି ଛତିଶଗଡ଼ ରାଜଧାନୀ ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଓ୍ୱତ କହିଛନ୍ତି, ଅନ୍ୟ ପର୍ଯ୍ୟବେକ୍ଷକଙ୍କ ଭଳି ସୁଗମ ନିର୍ବାଚନ ପର୍ଯ୍ୟବେକ୍ଷକ ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେ ଦିଗରେ କାମ କରିବେ। ଏଥର ନିର୍ବାଚନ କମିଶନଙ୍କ ଥିମ୍ ରହିଛି ସୁଗମ୍ ନିର୍ବାଚନ।

ଏଥିସହ ଦିବ୍ୟାଙ୍ଗ ଭୋଟର ତାଲିକାରୁ ଯେଭଳି ବାଦ ନ ପଡିବେ ଏବଂ  ସେ ନିର୍ବାଚନ ପ୍ରକ୍ରିୟାରେ ଯେପରି ଭାଗ ନେଇପାରିବେ ତାହାକୁ ନିଶ୍ଚିତି କରିବେ ସୁଗମ ପର୍ଯ୍ୟବେକ୍ଷକ। ସେହିପରି ଭୋଟରଙ୍କୁ ସଶକ୍ତ କରିବା ଲାଗି ନିର୍ବାଚନ କମିଶନ ଏକ ନୂଅା ମୋବାଇଲ୍ ଅାପ୍ ଅାରମ୍ଭ କରିଛନ୍ତି। ସିଟିଜେନ୍ ଭିଜିଲ୍ ନାମକ ଏହି ଅାପ୍ ଜରିଅାରେ ନିର୍ବାଚନ ପ୍ରକ୍ରିୟାରେ ହେଉଥିବା ତ୍ରୁଟିକୁ ଜଣାପାରିବେ ଭୋଟର।

ଅଭିଯୋଗ ପଠାଇବାର ୧୦୦ ମିନିଟ୍ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଅାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି।  ଦେଶରେ ‘ଏକ ଦେଶ ଏକ ନିର୍ବାଚନ’ ପ୍ରସଙ୍ଗରେ  ସେ କହିଛନ୍ତି, ଏହା ଏକ ଭଲ ପ୍ରସଙ୍ଗ । ଏହା ଉପରେ ଅାଲୋଚନା ହେବା ଦରକାର।

You might also like