କରୋନାରେ ଛୋଟା ରାଜନର ମୃତ୍ୟୁ ହୋଇଥିବା ସୂଚନା

ମୁମ୍ବାଇ: କରୋନାରେ ଛୋଟା ରାଜନର ମୃତ୍ୟୁ ହୋଇଥିବା ସୂଚନା। ମୁମ୍ବାଇ ଅଣ୍ଡରୱାର୍ଲଡ ଡନ୍ ଛୋଟା ରାଜନର ମୃତ୍ୟୁ ହୋଇଛି। କରୋନାରେ ଛୋଟା ରାଜନର ମୃତ୍ୟୁ ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏମ୍ସ ପକ୍ଷରୁ କୁହାଯାଇଛି ଯେ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସକୁ ଆସିଥିଲା। ସେବେଠାରୁ ସେ ଏଠାରେ ଚିକିତ୍ସିତ ହେଉଥିଲା।୬୧ ବର୍ଷୀୟ ରାଜେନ୍ଦ୍ର ନିକାଲଜେ ଓରଫ ଛୋଟା ରାଜନ ଏପ୍ରିଲ ୨୬ରେ ଏମ୍ସରେ ଭର୍ତ୍ତି ହୋଇଥିଲା। ୨୦୧୫ରେ ତା’କୁ ଇଣ୍ଡୋନେସିଆରୁ ଗିରଫ କରାଯାଇଥିଲା। ତା’କୁ ଇଣ୍ଡୋନେସିଆ ସରକାର ଭାରତକୁ ପ୍ରତ୍ୟର୍ପଣ କରିଥିଲେ।

ସେ ଭାରତକୁ ଆସିବା ଦିନଠାରୁ ତିହାର ଜେଲରେ ରହିଥିଲା।ଜେଲରେ ରହିବା ବେଳେ ହିଁ ସେ ଅସୁସ୍ଥ ହେବାରୁ ତାକୁ ଏପ୍ରିଲ ୨୬ରେ ଏମ୍ସକୁ ନିଆଯାଇଥିଲେ। ସେଠାରେ ତା’ର କରୋନା ଟେଷ୍ଟ କରାଯିବାରୁ ଏହା ପଜିଟିଭ ଆସିଥିଲା। ଏହି କାରଣରୁ ସେ ସୋମବାର ଦିନ ଗୋଟିଏ ମାମଲାର ଶୁଣାଣି ବେଳେ କୋର୍ଟରେ ହାଜର ହୋଇପାରି ନଥିଲା। ରାଜନ ନାଁରେ ମହାରାଷ୍ଟ୍ରରେ ୭୦ରୁ ଅଧିକ ମାମଲା ରହିଛି। ସେ ଦୀର୍ଘ ଦିନ ହେଲା ଫେରାର ରହିଥିଲେ ହେଁ ଶେଷରେ ୨୦୧୫ରେ ଗିରଫ ହୋଇଥିଲା। ତା’ ନାଁରେ ଥିବା ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ଏହାର ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ଗଠନ କରାଯାଇଛି। ୨୦୧୮ରେ ତା’କୁ ୨୦୧୧ ମସିହା ସାମ୍ବାଦିକ ଜ୍ୟୋର୍ତିମୟ ଦେଙ୍କ ହତ୍ୟା ମାମଲାରେ ଆଜୀବନ ଜେଲଦଣ୍ଡ ମିଳିଥିଲା।

You might also like