ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନର ଆଜି ହେଉଛି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ। ୧୯ ଜିଲ୍ଲାର ୭୨ଟି ବିଧାନସଭା ଆସନ ଲାଗି ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି। ଅପରାହ୍ନ ୫ଟାରେ ମତଦାନ ଶେଷ ହେବ।

୧ କୋଟି ୫୩ ଲକ୍ଷ ୮୫ ହଜାରରୁ ଅଧିକ ଭୋଟର ମତ ସାବ୍ୟସ୍ତ କରିବେ। ମତଦାନ ପାଇଁ ୧୯ ହଜାର ୨୯୬ଟି ଭୋଟ୍‌ ଗ୍ରହଣ କେନ୍ଦ୍ର କରାଯାଇଛି।

ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୧୦୭୯ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି। ଏହି ପର୍ଯ୍ୟାୟରେ ରାଜ୍ୟର ୯ ମନ୍ତ୍ରୀଙ୍କ ସମେତ ବାଚସ୍ପତି ଓ କଂଗ୍ରେସର ପ୍ରମୁଖ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଭୋଟ୍‌ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ଛତିଶଗଡ଼ ନକ୍ସଲ ଅଞ୍ଚଳ ହୋଇଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧ ଲକ୍ଷରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି। ୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାର ପ୍ରଥମ ପର୍ଯ୍ୟାୟରେ ୧୮ଟି ସିଟ୍ ଲାଗି ଭୋଟଗ୍ରହଣ ହୋଇଥିଲା।

You might also like