ବିଷାକ୍ତ ଗ୍ୟାସ୍‌ ଲିକ୍‌ରେ ୭ ଅସୁସ୍ଥ; କାରଖାନା ମାଲିକ ଲୁଚାଇଥିଲେ ଘଟଣା

ଛତିଶଗଡ଼: ଛତିଶଗଡ଼ର ରାୟଗଡ଼ ଦିଲ୍ଲାରେ ଏକ ପେପର୍ ମିଲ୍‌ରୁ ବିଷାକ୍ତ ଗ୍ୟାସ୍‌ ନିର୍ଗତ ହେବାରୁ ୭ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ଏହି ସ୍ଥାନୀୟ ପୁଲିସ୍‌ ଏହି ସୂଚନା ଦେଇଛି। ବୁଧବାର ସନ୍ଧ୍ୟାରେ ଟେଟ୍‌ଲା ଗାଁରେ ଥିବା ଶକ୍ତି ପେପର୍ ମିଲ୍‌ରେ ଜଣେ ସଫେଇ କର୍ମୀ ଏକ ଖୋଲା ଟାଙ୍କିରେ ସଫା କରୁଥିବା ସମୟରେ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌  ହୋଇଥିବା ରାୟଗଡ଼ ପୁୱିଲ୍‌ ସୁପିରିଟେଣ୍ଡଟେଣ୍ଟ ସନ୍ତୋଷ ସିଂହ କହିଛନ୍ତି।

ତେବେ କାରାଖନା ମାଲିକ କିନ୍ତୁ ଏ ଦୁର୍ଘଟଣା ବିଷୟରେ ପ୍ରଶାସନକୁ କୌଣସି ଖବର ଦେଇନଥିଲେ। କିନ୍ତୁ ଅସୁସ୍ଥ ରୋଗୀଙ୍କୁ ଚିକିତ୍ସା କରିଥିବା ହସ୍‌ପିଟାଲ୍ ଅଥୋରିଟି ପୁଲିସ୍‌କୁ ସୂଚନା ଦେବା ପରେ ଘଟଣା ସାମ୍ନାକୁ ଆସିଥିଲା ବୋଲି ସନ୍ତୋଷ କହିଛନ୍ତି।

ଲକ୍‌ଡାଉନ୍‌ ପରେ ଏହି ମିଲ୍ ବନ୍ଦ ହୋଇଥିଲା। କିନ୍ତୁ ନିୟମରେ କୋହଳ ଯୋଗୁ କାରଖାନା ପୁଣିଥରେ ଚଳାଇବା ପାଇଁ ସଫାସଫି ଚାଲିଥିଲା।

ଏଥିରେ କାର୍ଯ୍ୟ କରି ପୀଡ଼ିତ ହୋଇଥିବା ଶ୍ରମିକମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୩ ଗୁରୁତରଙ୍କୁ ରାୟପୁର ହସ୍‌ପିଟାଲକୁ ସ୍ଥାନନ୍ତରିତ କରାଯାଇଛି।  ଘଟଣା ତଦନ୍ତ ପାଇଁ ଏକ ଫୋରେନ୍ସିକିଟ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି। ଖବୁଶୀଘ୍ର ଏନେଇ ମାମଲା ରୁଜ୍ଜୁ ହେବ ବୋଲି ସନ୍ତୋଷ କହିଛନ୍ତି।

 

You might also like