ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆବୁଧାବି: କରୋନା କଟକଣା ଭିତରେ ଧମାକାଦାର ଆରମ୍ଭ ହୋଇଛି IPL ୧୩ ତମ ସଂସ୍କରଣ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଧୁଳି ଚଟାଇଛି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ୍। ଅମ୍ବାତି ରାୟୁଡୁ ଓ ଫାପ ଡୁପ୍ଲେସିସଙ୍କ ଦମଦାର ବ୍ୟାଟିଂ ବଳରେ ସିଏସକେ ୫ ୱିକେଟରେ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି।ଅନ୍ୟ ପକ୍ଷରେ ଟାଇଟଲ ଫେଭରିଟ୍ କୁହାଯାଉଥିବା ମୁମ୍ବାଇକୁ ନିରାଶ ହେବାକୁ ପଡିଛିା ୫ ୱିକେଟ ହରାଇ ୧୬୩ କରିଛି।

ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ  ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୬୨ ରନ୍ କରିଥିଲା। ୧୬୩ ରନ ଚାଲେଂଜି ଚାର୍ଗେଟର ପିଛା କରୁଥିବା ସିଏସକେକୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ଟ୍ରେଣ୍ଟ୍ ବୋଲ୍ଟ ମୁମ୍ବାଇକୁ ସଅଳ ବ୍ରେକ୍ ଥ୍ରୁ ଦେଇଥିଲେ। ସେ ଚେନ୍ନାଇର ଭେଟେରାନ ଓପନର ସେନ୍ ୱାଟସନ(୪)ଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ସେହିପରି ଜେମ୍ସ ପାଟିନସନ୍ ମୁରଲୀ ବିଜୟ(୧)ଙ୍କୁ ନିଜର ଶିକାର ବନାଇଥିଲେ।

ପ୍ରାରମ୍ଭିକ ବିପର୍ଯ୍ୟୟ ପରେ ଚେନ୍ନାଇକୁ ସଂକଟରୁ ଉଦ୍ଧାର କରିଥିଲେ ଅମ୍ବାତି ରାୟୁଡୁ ଓ ଫାପ ଡୁପ୍ଲେସିସ। ବିଶେଷ କରି ସୁରେଶ ରାଇନାଙ୍କ ଭଳି ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ରାଇଡୁ ମୁମ୍ବାଇର ମଜଭୁତ ବୋଲିଂ ଆଟାକକୁ ଦୃଢ଼ତାର ସାମନା କରିଥିଲେ। ରାୟୁଡୁ ଓ ଡୁପ୍ଲେସିସ୍ ତୃତୀୟ ୱିକେଟ୍‌ ପାଇଁ ୧୧୫ ରନର ଶତକୀୟ ପାର୍ଟନରଶିପ୍ କରି ଚେନ୍ନାଇକୁ ବିଜୟ ଅଭିମୁଖେ ନେଇଥିଲେ।

ରାୟୁଡୁ ୭୧ (୪୮ ବଲ୍, ୬ ଚୌକା, ୩ ଛକା) ରନ୍ କରି ରାହୁଲ୍‌ ଚହରଙ୍କ ବଲରେ କଟ୍‌ ଆଣ୍ଡ୍ ବୋଲ୍ଡ ହୋଇଥିଲେ। ଏହା ପରେ ରବୀନ୍ଦ୍ର ଜାଡେଜା (୧୦)ଙ୍କୁ କୃନାଲ୍‌ ପାଣ୍ଡ୍ୟା ଆଉଟ୍ କରିଥିଲେ। ତେବେ ସାମ୍ କୁରାନ୍ ୬ ବଲରେ ଦ୍ରୁତ ୧୮ (୧ ଚୌକା, ୨ ଛକା) ରନ୍ କରି ଚେନ୍ନାଇ ବିଜୟକୁ ନିଶ୍ଚିତ କରିଥିଲେ। ଡୁପ୍ଲେସିସ୍ ୪୪ ବଲରେ ୫୮ (୬ ଚୌକା) ରନ୍ କରି ଅପରାଜିତ ଥିଲେ। ମୁମ୍ବାଇ ପକ୍ଷରୁ ବୁମରା ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ସେ ୪ ଓଭରରେ ୪୩ ରନ୍ ବ୍ୟୟ କରିଥିଲେ।

ଏହା ପୂର୍ବରୁ ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ମୁମ୍ବାଇକୁ ଭଲ ଷ୍ଟାର୍ଟ ଦେଇଥିଲେ ଡି’କକ୍ ଓ କ୍ୟାପଟେନ୍ ରୋହିତ୍। ବିଶେଷକରି ଡି’କକ୍ ପ୍ରାରମ୍ଭିକ ଆକ୍ରମଣ କରି ମୁମ୍ବାଇକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଡି’କକ୍ ଓ ରୋହିତ୍ ପ୍ରଥମ ୱିକେଟ୍‌ ପାଇଁ ୪୬ ରନ୍ ଯୋଡ଼ିଥିଲେ। ରୋହିତ୍ ୧୨ ରନ୍ କରି ପୀୟୂଷ ଚାୱଲାଙ୍କ ଶିକାର ହୋଇଥିଲେ। ପରେ ଡି’କକ୍ ମଧ୍ୟ ନିଜ ୱିକେଟ୍‌ ହରାଇ ବସିଥିଲେ। ଡି’କକ୍ ୨୦ ବଲରେ ୫ ଚୌକା ସହ ୩୩ ରନ୍ କରି ସାମ୍ କୁରାନଙ୍କ ବଲରେ ଆଉଟ୍ ହୋଇଥିଲେ।

ମିଡିଲ୍ ଅର୍ଡରରେ ସୌରଭ ତିୱାରୀ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ (୧୭), ହାର୍ଦ୍ଦିକ ପାଣ୍ଡ୍ୟା (୧୪) ଓ କାଇରନ୍ ପୋଲାର୍ଡ (୧୮) ବଡ଼ ଶଟ୍ ଖେଳିବା ଚକ୍କରରେ ୱିକେଟ୍‌ ଦେଇ ବସିଥିଲେ। ତିୱାରୀ ୩୧ ବଲରେ ୩ ଚୌକା ଓ ୧ ଛକା ସହାୟତାରେ ୪୨ ରନ୍ କରି ଆଉଟ୍ ହୋଇଥିଲେ। ଶେଷକ୍ରମରେ କୃନାଲ୍ ପାଣ୍ଡ୍ୟା ୩, ଜେମ୍ସ ପାଟିନସନ୍ ୧୧, ରାହୁଲ୍ ଚହର୍ ଅପରାଜିତ ୨ ଓ ଯଶପ୍ରୀତ ବୁମରା ଅପରାଜିତ ୫ ରନ୍ କରିଥିଲେ।

ଆହୁରି ପଢ଼ନ୍ତୁ

ରାଗରେ ବ୍ୟାଟ୍‌ ଫୋପାଡ଼ି ଦେଲେ ଗେଲ୍‌ !

IPL 2020, ଧୋନିଙ୍କ ବିଜୟରୁ ଫାଇଦା ନେଲା ମୁମ୍ବାଇ

ଦିନେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ଏହି କ୍ରିକେଟର, ଏବେ….

ଜାରିହେଲା ଅଷ୍ଟ୍ରେଲିଆ-ଭାରତ ସିରିଜର ଖେଳସୂଚୀ

IPL 2020: ଦିଲ୍ଲୀ କ୍ୟାପିଟାଲ୍ସର ହାଟ୍ରିକ୍‌ ହାର, କ୍ୟାପ୍‌ଟେନ ଶ୍ରେୟାସ କହିଲେ…

୮ ୱିକେଟ୍‌ରେ କେକେଆରକୁ ମାତ୍‌ ଦେଲା ପଞ୍ଜାବ

ପଞ୍ଜାବକୁ ୧୫୦ ରନ୍‌ର ଟାର୍ଗେଟ୍‌ ଦେଲା କୋଲକାତା

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଟିମ ଘୋଷଣା

ଶାରଜାରେ ଆଜି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌, ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ପଞ୍ଜାବ

କ୍ରମାଗତ ନୈରାଶଜନକ ବ୍ୟାଟିଂକୁ ନେଇ କଣ କହିଲେ ସଞ୍ଜୁ ସାମ୍‌ସନ ?

ଆଇପିଏଲ ଇତିହାସରେ ପ୍ରଥମ ! ପ୍ଲେଅଫରୁ ବାହାରିଲା CSK

ହସ୍‌ପିଟାଲରୁ ଡିସ୍‌ଚାର୍ଜ ହେଲେ କପିଲ ଦେବ

You might also like