ଇନ୍ଷ୍ଟାଗ୍ରାମ୍ରେ ବଡ଼ ଧରଣର ତ୍ରୁଟି ଧରିଲେ ଭାରତୀୟ ଯୁବକ
ଚେନ୍ନାଇ:ଚେନ୍ନାଇର ଏଇ ଯୁବକଙ୍କୁ ନେଇ ଆଜି ସବୁ ଆଡେ ଚର୍ଚ୍ଚା। ସେମିତି କିଛି କାମ ବି ସେ କରିଛନ୍ତି।
ନିକଟରେ ସୋସାଲ ମିଡିଆ ଇନ୍ଷ୍ଟାଗ୍ରାମରେ ଥିବା ବଡ ଧରଣର ତ୍ରୁଟିକୁ ସେ ଖୋଜି ବାହାର କରିଛନ୍ତି। ଏହି କାମ ପାଇଁ ତାଙ୍କୁ ପୁରସ୍କାର ସ୍ୱରୂପ ୩୦ ହଜାର ଡଲାର (୨୦ ଲକ୍ଷ ଟଙ୍କା) ଦିଆଯାଇଛି। ଯୁବକଙ୍କ ନାଁ ଲକ୍ଷ୍ମଣ ମୁଥୈୟା। ସେ ଜଣେ ସିକ୍ୟୁରିଟି ରିସର୍ଚ୍ଚର।
ଲକ୍ଷ୍ମଣ କହିଥିଲେ ଯେ, ଇନ୍ଷ୍ଟାଗ୍ରାମରେ ଥିବା ଏହି ତ୍ରୁଟି ଯୋଗୁ ଯେ କୌଣସି ମୁହୂର୍ତ୍ତରେ ଜଣେ ଏହାର ଆକାଉଣ୍ଟକୁ ହ୍ୟାକ୍ କରି ପାରିବ । ଏପରିକି ହ୍ୟାକର୍ ଚାହିଁଲେ ପାସ୍ୱାର୍ଡ ବି ରି-ସେଟ୍ କରି ପାରିବ।
ଲକ୍ଷ୍ମଣଙ୍କ ଯୋଗୁ ବହୁ ଇନ୍ଷ୍ଟାଗ୍ରାମ ୟୁଜର୍ସ ବଡ ଧରଣର ଅସୁବିଧାରୁ ବର୍ତ୍ତି ଯାଇଛନ୍ତି।