ଦିନ ଦ୍ୱି ପ୍ରହରରେ ଚିତାବାଘ ଆତଙ୍କ
ସୁରତ: ଦିନ ଦ୍ୱି ପ୍ରହରରେ ଗୁଜରାଟ ଗୋଣ୍ଡଲ ଜିଲ୍ଲାର ଭଗତପୁରା ଅଞ୍ଚଳରେ ଏକ ଚିତାବାଘ ଆତଙ୍କ ଦେଖିବାକୁ ମିଳିଛି। ଗାଁ ଭିତରେ ହଠାତ୍ ବାଘକୁ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।
ଚିତାବାଘଟି ଏ ଛାତରୁ ସେ ଛାତକୁ ଡେଇଁ ଜଣଙ୍କ ଘର ଭିତରେ ଲୁଚି ରହିଥିଲା। ଖବରପାଇ ବନ ବିଭାଗ କର୍ମଚାରୀ ଜନ୍ତା ସହ ବାଘକୁ ଧରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ।
ବାଘକୁ ଧରିବା ବେଳେ ବାଘଟି ଜଣେ ବନ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ବାଘଟି ହଠାତ କେଉଁ ଆଡ଼େ ଅଦୃଶ୍ୟ ହୋଇଯାଇଥିଲା। ବାଘଟିକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।