ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଖୁବ୍‌ ଶୀଘ୍ର ଚନ୍ଦ୍ରକୁ ଛାଡ଼ିବାକୁ ଯାଉଛି ଚନ୍ଦ୍ରଯାନ-୩। ଏଥିପାଇଁ ଜୋରସୋରରେ ଚାଲିଛି କାମ। ୨୦୨୦ ନଭେମ୍ବର ସୁଦ୍ଧା କାମ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଯାଇଛି। ଏପରି ସୂଚନା ମିଳିଛି ଇସ୍ରୋ ପକ୍ଷରୁ ।

ସୂଚନାଥାଉ କି, ଗତ ସେପ୍ଟେମ୍ବରରେ ଇସ୍ରୋ ଚନ୍ଦ୍ରଯାନ-୨ ଲାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଏଥିରେ ସଫଳତା ମିଳି ନ ଥିଲା। ଅବଶ୍ୟ ଏବେ ବି ଚନ୍ଦ୍ରପୃଷ୍ଠରେ ଅର୍ବିଟର ତାର କାମ କରୁଛି। ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ଅନେକ ଦିନ ପର୍ଯ୍ୟନ୍ତ ତାର କାମ ଜାରି ରଖିବ ।

ଚନ୍ଦ୍ରଯାନ-୩ ନେଇ ଅକ୍ଟୋବରରୁ ଏ ପର୍ଯ୍ୟନ୍ତ ଇସ୍ରୋର ତିନି ଥର ହାଇ ଲେବଲ୍‌ ମିଟିଂ ହୋଇ ସାରିଲାଣି। ଏହି ଚନ୍ଦ୍ରଯାନ-୩ ମିଶନରେ କେବଳ ଲାଣ୍ଡର ଏବଂ ରୋବର ରହିବ। ଅର୍ଥାତ୍‌ ଏଥିରେ ଅର୍ବିଟର ରହିବ ନାହିଁ। କାରଣ ଚନ୍ଦ୍ରପୃଷ୍ଠରେ ଅର୍ବିଟର ଅଛି ଏବଂ କାର୍ଯ୍ୟ କରୁଛି। ଗତ ମଙ୍ଗଳବାର ମଧ୍ୟ ଚନ୍ଦ୍ରଯାନ ମିଶନ-୩ ପାଇଁ ଏକ ବୈଠକ ବସିଥିଲା। ଏଥିରେ ସବ୍‌ କମିଟି ପକ୍ଷରୁ ଦିଆଯାଇଥିବା ସୁପାରିଶ ଉପରେ ଆଲୋଚନା ହୋଇଥିଲା। ସବ୍‌ କମିଟି ସଞ୍ଚାଳନ ଶକ୍ତି, ସେନ୍ସର, ଇଞ୍ଜିନିୟରିଂ, ନେଭିଗେଶନ ଉପରେ ପ୍ରସ୍ତାବ ଦେଇଥିଲେ।

ଇସ୍ରୋର ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ଚନ୍ଦ୍ରଯାନ-୩ର କାମ ପୂରା ଜୋରସୋରରେ ଚାଲିଛି। ଏଥିରେ ୧୦ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଧ୍ୟାନ ଦିଆଯାଇଛି। ଏଥରେ ବିଶେଷକରି ଲାଣ୍ଡିଂ ସାଇଡ୍‌, ଲୋକାଲ ନେଭିଗେଶନ ଉପରେ ଫୋକସ୍‌ କରାଯାଇଛି।

ସୂଚନାଥାଉ କି, ଅକ୍ଟୋବର ୫ ତାରିଖରେ ଏକ ନୋଟିସ ଜାରି କରାଯାଇ ଚନ୍ଦ୍ରଯାନ-୩ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଥିଲା। ବିଶେଷ କରି ଲାଣ୍ଡରର ପରିବର୍ତ୍ତନ ଏବଂ ସୁଧାର ଆଣିବା ଦିଗରେ କାମ କରିବାକୁ କୁହାଯାଇଥିଲା। ଏଥର ଲାଣ୍ଡରର ଲେଗ୍‌ ମଜବୁତ୍‌ କରିବା ଉପରେ ଏଥର ଧ୍ୟାନ ଦିଆଯାଉଛି ଯାହା ଦ୍ୱାରା ହାର୍ଡ ଲାଣ୍ଡିଂ କଲେ ମଧ୍ୟ ଏହାର କିଛି କ୍ଷତି ହେବନି। ଏଥିପାଇଁ ଇସ୍ରୋ ନୂଆ ଲାଣ୍ଡର ଓ ବିକ୍ରମ ତିଆରି ପାଇଁ ଯୋଜନା କରୁଛି। ତେବେ ଏ ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ।

ଆହୁରି ପଢ଼ନ୍ତୁ

ସିଏଏ ଆଇନ୍‌ ବିରୋଧ ହିଂସା: ପଶ୍ଚିମବଙ୍ଗରେ ୫ ସ୍ଥାନର ଇଣ୍ଟରନେଟ୍ ସେବା ବନ୍ଦ

‘ମିସ୍‌ ୱାର୍ଲଡ’ ମୁକୁଟ; ତୃତୀୟ ସ୍ଥାନରେ ଭାରତୀୟ ସୁନ୍ଦରୀ ସୁମନ୍‌

ଭାଗ୍ୟ ବଦଳାଇଲା ପିଆଜ; ଋଣଗ୍ରସ୍ତ ଚାଷୀ ଏବେ କୋଟିପତି

ଦିଲ୍ଲୀ ମେଟ୍ରୋରେ ଚାକିରି କରିବାକୁ ଚାହୁଁଛନ୍ତି ? ତୁରନ୍ତ କରନ୍ତୁ ଆବେଦନ…

କମିଲା ରିଲାଏନ୍ସ ଜିଓ ଫାଇବରର ନେଟ୍‌ ସ୍ପିଡ୍

ସହିଦ ବାପାଙ୍କ ପ୍ରତିମୂର୍ତ୍ତିକୁ ଜୀବିତ ଭାବି ଚୁମ୍ବନ ଦେଲା କୁନି ଝିଅ

ପିଆଜ ପରେ ବଢ଼ିଲା କ୍ଷୀର ଦର; କେତେ ହେଲା ଜାଣନ୍ତୁ

୫୦୦ ମିଟର ତଳକୁ ଖସିଲା ବସ୍; ୧୨ ମୃତ, ଅନେକ ଆହତ

ଶସ୍ତା ହେଲା ସାମସଙ୍ଗ୍‌ର ଏହି ଫୋନ୍‌

ପାହାଚ ଚଢିବା ବେଳେ ପଡ଼ିଗଲେ ମୋଦି

ବିନା ଟଙ୍କାରେ ଏମିତି ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌

ସିଏଏକୁ ବିରୋଧ: ୫ ଟ୍ରେନ୍‌ ଜାଳିଦେଲେ ବିକ୍ଷୋଭକାରୀ

You might also like