ଆଉ ନାହିଁ ସମୟ; ଆସନ୍ତାକାଲି ମଧ୍ୟରେ ଯଦି ଲ୍ୟାଣ୍ଡର୍ ବିକ୍ରମର ସୂଚନା ନ ମିଳେ ତେବେ…

ନୂଆଦିଲ୍ଲୀ: ସରି ସରି ଆସୁଛି ଚନ୍ଦ୍ରଯାନ-୨ର ଡେଡ୍‌ଲାଇନ। ଆସନ୍ତାକାଲି ଭିତରେ ଯଦି ଲ୍ୟାଣ୍ଡର୍ ବିକ୍ରମର କିଛି ସୂଚନା ନ ମିଳେ, ତେବେ ତା ସହିତ ଆଉ କୌଣସି ପ୍ରକାର ଯୋଗାଯୋଗ କରିବା ସଂପୂର୍ଣ୍ଣ ରୂପେ ଅସମ୍ଭବ ହୋଇପଡ଼ିବ। କାରଣ ଆସନ୍ତାକାଲି ପରେ ଚନ୍ଦ୍ରପୃଷ୍ଠରେ ଆରମ୍ଭ ହେବ ଶୀତ ରାତି। ଚନ୍ଦ୍ରପୃଷ୍ଠରେ ତାପମାତ୍ରା ୨୦୦ ଡିଗ୍ରୀ ତଳକୁ ଖସିଯିବ। ଏହା ପରେ ବିକ୍ରମ ଆଉ କାମ କରିବ ନାହିଁ।

ବିକ୍ରମକୁ ଠାବ କରିବାରେ ନାସା ମଧ୍ୟ ଏକ ପ୍ରକାର ବିଫଳ ହୋଇଛି। ଯେଉଁଠି ବିକ୍ରମ ଲାଣ୍ଡ କରିବାର ଥିଲା, ସେହି ସ୍ଥାନର ଫଟୋ ନାସା ଉଠାଇଥିଲେ ମଧ୍ୟ ବିକ୍ରମ ସଂପର୍କରେ କୌଣସି ସୂଚନା ମିଳି ନାହିଁ। ତଥାପି ନାସାର ଲୁନାର୍ ଅର୍ବିଟର ଉଠାଇଥିବା ଫଟୋ ଓ ସଂଗୃହୀତ ହୋଇଥିବା ତଥ୍ୟକୁ ବିଶ୍ଲେଷଣ କରାଯାଉଛି। ସେପ୍ଟେମ୍ବର ୭ ତାରିଖରେ ଲାଣ୍ଡର୍ ବିକ୍ରମ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ଥିଲା। କିନ୍ତୁ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ କିଲୋମିଟର ଦୂରରେ ଥିବାବେଳେ ତ୍ରୁଟି ଯୋଗୁ ବିକ୍ରମ ସହିତ ଇସ୍ରୋର ସମ୍ପର୍କ ଛିନ୍ନ ହୋଇଯାଇଥିଲା।

ବିକ୍ରମର ହାର୍ଡ ଲାଣ୍ଡିଂ ହୋଇଥିବା ସନ୍ଦେହ କରାଯାଉଛି। ସବୁ ପ୍ରକାର ଚେଷ୍ଟା ସତ୍ତ୍ୱେ ତା ସହିତ ଏପର୍ଯ୍ୟନ୍ତ ଯୋଗାଯୋଗ କରାଯାଇପାରି ନାହିଁ। ବିକ୍ରମର ଜୀବନକାଳ ମାତ୍ର ୧୪ ଦିନ ଥିଲା, ଯାହାକି ଆସନ୍ତାକାଲି ଶେଷ ହେଉଛି। ତେଣୁ ଆସନ୍ତାକାଲି ଭିତରେ ଯଦି ଲାଣ୍ଡର ସହିତ କୌଣସି ଯୋଗାଯୋଗ ନ ହୁଏ ତେବେ ତାଠାରୁ ଆଉ କୌଣସି ପ୍ରକାର ସୂଚନା ମିଳିବା ଅସମ୍ଭବ ହୋଇପଡ଼ିବ।

ଆହୁରି ପଢ଼ନ୍ତୁ

ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ମୁଁ ସନ୍ତୁଷ୍ଟ, ଏଥିପାଇଁ କାହାର ଧାରଣା ଦେବା ଆବଶ୍ୟକ ନାହିଁ: ହାଥରଶ ପୀଡ଼ିତାଙ୍କ ବାପା

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୯୮ ହଜାର ପାର୍

ପୋଲିସ କର୍ମୀ ଅଟକାଉଥିବା ବେଳେ ଠେଲାପେଲାରେ ତଳେ ପଡ଼ିଗଲେ ରାହୁଲ ଗାନ୍ଧି

ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ; ୩ ଭାରତୀୟ ଯବାନ ସହିଦ

ଲକ୍‌ଡାଉନ୍ ବେଳେ ବୁକ୍‌ ହୋଇଥିବା ଟିକେଟ୍‌ର ପୂରା ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

ମାରଣା ଷଣ୍ଢ କବଳରୁ ଜେଜେ ମା’ଙ୍କୁ ଉଦ୍ଧାର କଲା କୁନି ନାତି

ସାମ୍ନାକୁ ଆସିଲା ଆଉ ଏକ ଭାଇରସ୍‌: ଭାରତରେ ସଂକ୍ରମଣ ବ୍ୟାପିବାର ଯଥେଷ୍ଟ ଆଶଙ୍କା

ହାଥରସ ଗଣଦୁଷ୍କର୍ମ ମାମଲା; ପୀଡିତାଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି ପ୍ରିୟଙ୍କା-ରାହୁଲ

ରିୟାଙ୍କ ଘରୁ ମିଳିଲା ଏମିତି ଜିନିଷ, ହୋଇପାରେ ୧୦ ବର୍ଷ ଜେଲ୍‌

ହାଥରସ୍‌ ଘଟଣାର ପୁନରାବୃତ୍ତି: ଦୁଷ୍କର୍ମ ପରେ ମରଣାନ୍ତକ ଆକ୍ରମଣ, ଆଖି ବୁଜିଲେ ଛାତ୍ରୀ

ପର୍ଯ୍ୟଟକଙ୍କୁ ଗାଳିଗୁଲଜ କରୁଥିଲେ ଶୁଆ, ନିଆଗଲା ଏମିତି କାର୍ଯ୍ୟାନୁଷ୍ଠାନ

ଅନଲକ୍-୫ ଗାଇଡ୍ ଲାଇନ୍: କ’ଣ ଖୋଲିବ କେଉଁ ସବୁ କଟକଣା ରହିବ ଜାଣନ୍ତୁ

You might also like