ଆସନ୍ତାକାଲି ଉତ୍‌କ୍ଷେପଣ ହେବ ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’ ଆସନ୍ତାକାଲି ଉତ୍‌କ୍ଷେପଣ ହେବ। ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଇସ୍ରୋ ଏହାକୁ ଲଞ୍ଚ୍‌ କରିବ। ଏନେଇ ‌ସମସ୍ତ ପ୍ରକାରର ପ୍ରସ୍ତୁତି ସରିଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

ଏଥର ‘ଚନ୍ଦ୍ରଯାନ-୨’ର ପ୍ରଣାଳୀ ଏବଂ ଯାନ୍ତ୍ରିକ ସ୍ତରରେ କିଛିଟା ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି।

ଗତ ୧୫ ତାରିଖରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଉତ୍‌କ୍ଷେପଣର ଠିକ୍ ଘଣ୍ଟାକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍‌କୁ ସ୍ଥଗିତ ରଖିଯାଇଥିଲା।

ଜିଏସ୍ଏଲ୍‌ଭି ମାର୍କ ଥ୍ରୀର କ୍ରାୟୋଜେନିକ୍‌ ଇଞ୍ଜିନ୍‌ରେ କିଛି ତ୍ରୁଟି ପରିଲିକ୍ଷିତ ହେବାରୁ ଉତ୍‌କ୍ଷେପଣ ବନ୍ଦ ରଖିବାକୁ ଇସ୍ରୋ ନିଷ୍ପତ୍ତି ନେଇଥିଲା।

You might also like