ଚନ୍ଦ୍ରଯାନ-୨: ଟ୍ୱିଟ୍‌ କରି ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହେବାପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶା ଓ ଆଶଙ୍କାରେ ଦେଖିବାକୁ ମିଳିଥିଲା। ଏହା ପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳି ଯାଇଥିଲା।

ଚନ୍ଦ୍ରପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳିନଥିଲା।

ତେବେ ଚନ୍ଦ୍ରଯାନ-୨କୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ନେତାଙ୍କ ଠୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବା ସହ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚନ୍ଦ୍ରଯାନ-୨କୁ ନେଇ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍‌ କରି ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ବଢ଼ାଇବା ସହ ଇସ୍ରୋ ପାଇଁ ଆମ ଦେଶ ଗର୍ବିତ ବୋଲି କହିଛନ୍ତି।

ସେହିପରି ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜୀବନରେ ଉଠାଣି ଗଡ଼ାଣି ରହିଛି, ଏହା କିଛି କମ୍ ସଫଳତା ନୁହେଁ, ଏ ଦେଶ ଆପଣମାନଙ୍କ ପାଇଁ ଗର୍ବ କରୁଛି, ସବୁକିଛି ଭଲ ଘଟୁ ଏହା ହିଁ ଆଶା କରାଯାଉ। ସମସ୍ତଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି, ଆପଣମାନେ ସମସ୍ତେ ଏ ଦେଶ, ବିଜ୍ଞାନ ଓ ଜାତି ପାଇଁ ବଡ଼ ସେବା ଦେଇଛନ୍ତି, ମୁଁ ଆପଣମାନଙ୍କ ସହ ଅଛି, ସାହସର ସହ ଆଗକୁ ବଢ଼ନ୍ତୁ। 

ଗୃହମନ୍ତ୍ରୀ ଅମିତ ଶାହ ଟ୍ୱିଟ୍‌ କରି ଇସ୍ରୋ ବୈଜ୍ଞାନିକଙ୍କ କାର୍ଯ୍ୟ ଦକ୍ଷତାକୁ ଭୂୟସୀ ପ୍ରଶଂସା କରିଛନ୍ତି।  କଠିନ ପରିଶ୍ରମ କରିଥିବା ବୈଜ୍ଞାନିକଙ୍କ ସହ ପୂରା ଦେଶ ଅଛି। ବୈଜ୍ଞାନିକଙ୍କ ଆଗାମୀ ଅଭିଯାନ ପାଇଁ ଶ୍ରୀ ଶାହ ଟ୍ୱିଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

ବୈଜ୍ଞାନିକଙ୍କୁ ସାନ୍ତ୍ୱନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆମେ ଆପଣଙ୍କ ସହ ଅଛୁ ବୋଲି ସେ ଟ୍ୱିଟ୍‌ କରି କହିଛନ୍ତି। ଏଥିସହ ଆଗକୁ ଅଭିଯାନ ସଫଳ ହେବ ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଚନ୍ଦ୍ରଯାନ-୨ ମିଶନ୍‌ରେ ଇସ୍ରୋ ଟିମ୍‌ର ଅତୁଳନୀୟ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ବୈଜ୍ଞାନିକଙ୍କ ଉତ୍ସର୍ଗୀକୃତ ମନୋଭାବ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଟ୍ୱିଟ୍‌ କରି ଲେଖିଛନ୍ତି, ଇସ୍ରୋ ବୈଜ୍ଞାନିକଙ୍କ ସାହସ ଅଦ୍ୱିତୀୟ।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like