ଚନ୍ଦ୍ରଯାନ-୨କୁ ନେଇ ଏମିତି ଟ୍ୱିଟ୍‌ କଲେ ପାକ୍‌ ମନ୍ତ୍ରୀ ଫବାଦ ଚୌଧୁରୀ, ନିଜ ଦେଶରେ ବି ଘେରିଲେ ଲୋକେ

ନୂଆଦିଲ୍ଲୀ:ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ପୂର୍ବରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଛି। ଏହି ଘଟଣା  କେବଳ ଭାରତ ନୁହେଁ, ସାରା ବିଶ୍ୱବାସୀଙ୍କୁ ହତାଶ କରିଛି । ଏପରି ସମୟରେ ମଧ୍ୟ ପାକିସ୍ତାନ ଭାରତ ବିରୋଧରେ ବିଷୋଦ୍‌ଗାର କରିବାକୁ ଭୁଲିନି। ରାଗ ସୁଝାଇବାକୁ କୌଣସି ସୁଯୋଗ ହାତ ଛଡ଼ା କରିବାକୁ ଚାହୁଁନି। ଅବଶ୍ୟ ଏଥିପାଇଁ ନିଜ ଘରେ ବି ତାକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

ଚନ୍ଦ୍ରଯାନ-୨ ସଫଳତାର ହାତପାହାନ୍ତାରେ ପହଞ୍ଚିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳି ଯାଇଥିଲା। ହେଲା ଦୁର୍ଭାଗ୍ୟ, ଚନ୍ଦ୍ରଠାରୁ ମାତ୍ର ୨ କିମି ଦୂରରୁ ଲାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ସାରା ବିଶ୍ୱରେ ନିରାଶା ଛାଇ ଯାଇଥିବାବେଳେ ପାକ୍‌ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରୀ ଫବାଦ ଚୌଧୁରୀ ଏକ ଟ୍ୱିଟ୍‌ କରି ଥିଲେ। ଟ୍ୱିଟ୍‌ରେ ଫବାଦ ଭାରତର ଏହି ମହାକାଶ ଯାତ୍ରାକୁ ବ୍ୟଙ୍ଗ କରିଥିବାବେଳେ ଏହାର ଜବାବ୍‌ କେବଳ ଭାରତୀୟ ନୁହଁନ୍ତି, ପାକିସ୍ତାନୀମାନେ ମଧ୍ୟ ଭଲ ଭାବେ ଶୁଣାଇ ଦେଇଛନ୍ତି।

ଫବାଦ ତାଙ୍କ ଟ୍ୱିଟ୍‌ରେ କହିଥିଲେ ଯେ, ‘ ଯେଉଁ କାମ ଆସେନି, ସେଥିରେ ହାତ ମାରନି…ଡିଅର ଇଣ୍ଡିଆ…’ ଆହୁରି ଫବାଦ ଜଣେ ଭାରତୀୟ ଟ୍ୱିଟ୍‌ର ଉତ୍ତର ଦେଇ ଲେଖିଥିଲେ, ଶୋଇଯା ଭାଇ, ଚନ୍ଦ୍ରମା ବଦଳରେ ମୁମ୍ବାଇରେ ଓହ୍ଲାଇ ପଡ଼ିଲା ଖେଳନା…’

ଫବାଦଙ୍କ ଏହି ଟ୍ୱିଟ୍‌ ପରେ ଯେମିତି ଟ୍ୱିଟରରେ କମେଣ୍ଟର ବନ୍ୟା ଆସି ଯାଇଥିଲା। ଜଣେ ୟୁଜର ଲେଖିଥିଲେ, ତୁମେ ପାକିସ୍ତାନୀମାନେ କେବଳ ଟମାଟର ଏବଂ ଛେଳିର ସ୍ୱପ୍ନ ଦେଖ। ଯାଅ, ଦୁନିଆର ପ୍ରତ୍ୟେକ ରାଜଧାନୀରେ ଭିକ ମାଗିବା କାମ କର।

ଅନ୍ୟ ଜଣେ ୟୁଜର ଲେଖିଥିଲେ, ସବୁଠାରୁ ମଜାଦାର କଥା ହେଲା, ଚନ୍ଦ୍ରଯାନ-୨ ଫବାଦ ଚୌଧୁରୀଙ୍କୁ ସାରାରାତି ଉଜାଗର ରହିବାକୁ ବାଧ୍ୟ କରି ଦେଇଥିଲା।

ପାକିସ୍ତାନୀମାନେ ମଧ୍ୟ ଫବାଦ ଚୌଧୁରୀଙ୍କର ଏପରି ଟ୍ୱିଟ୍‌କୁ ସମାଲୋଚନା କରିଥିଲେ।  ଜଣେ ପାକ୍‌ ୟୁଜର୍ସ ଲେଖିଛନ୍ତି ‘ ପାକିସ୍ତାନ ତରଫରୁ କ୍ଷମା ମାଗୁଛି। ଫବାଦଙ୍କ ଟ୍ୱିଟ୍‌ ଦୁର୍ଭାବନାରେ ଭରପୁର।’

ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି‘ ଫବାଦ ଚୌଧୁରୀ ଆମ ପାଇଁ ଲଜ୍ଜାର କାରଣ ନ ହୁଅ। ଚନ୍ଦ୍ର ଉପରେ ଅବତରଣ କରିବାର ପ୍ରୟାସ ଭାରତ ତ କଲା  । ଆମକୁ ଯେ କୌଣସି ଦେଶର ବୈଜ୍ଞାନିକଙ୍କ ଉଦ୍ୟମକୁ ପ୍ରଶଂସା କରିବା ଉଚିତ୍‌ ଏବଂ ସେଥିରୁ ପ୍ରେରଣା ଗ୍ରହଣ କରିବା ଉଚିତ୍‌।’

ସୂଚନାଥାଉ କି, କିଛି ଦିନ ପୂର୍ବରୁ ଫବାଦ ଚୌଧୁରୀ ଘୋଷଣା କରିଥିଲେ ଯେ, ପାକିସ୍ତାନ ତାର ଅତିନିକଟତର ସହଯୋଗୀ ଚୀନ୍‌ର ଉପଗ୍ରହ ପ୍ରକ୍ଷେପଣ ତଥ୍ୟକୁ ଉପଯୋଗ କରି ୨୦୨୨ମସିହାରେ ଅନ୍ତରୀକ୍ଷକୁ ତାର ପ୍ରଥମ ମହାକାଶ ଯାତ୍ରୀ  ପଠାଇବ। ଚୌଧୁରୀ ଏକ ଟ୍ୱିଟ୍‌ରେ କହିଥିଲେ ଯ, ଅନ୍ତରୀକ୍ଷକୁ ପ୍ରଥମ ପାକିସ୍ତାନୀ ପଠାଇବାର ପ୍ରସ୍ତୁତି କାମ ୨୦୨୦ରେ ଆରମ୍ଭ ହେବ। ଏଥିପାଇଁ ୫୦ ଜଣ ବ୍ୟକ୍ତିଙ୍କର ଏକ ତାଲିକା ପ୍ରସ୍ତୁତ ହେବ। ତା’ ପରେ ଏଥିରୁ ୨୫ ଜଣଙ୍କୁ ମନୋନୀତ କରାଯିବ। ୨୦୨୨ରେ ଆମେ ପାକିସ୍ତାନର ପ୍ରଥମ ଯାତ୍ରୀଙ୍କୁ ଚନ୍ଦ୍ରରେ ଅବତରଣ କରିବା ପାଇଁ ପ୍ରେରଣ କରିବୁ। ଏହା ଆମ ଦେଶର ସବୁଠାରୁ ବଡ ମହାକାଶ କାର୍ଯ୍ୟକ୍ରମ ହେବ।

ଆହୁରି ପଢ଼ନ୍ତୁ

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

‘ମୋଦି-ଟ୍ରମ୍ପ୍‌ଙ୍କ ସମ୍ପର୍କ ଅତି ନିବିଡ଼’

କମଳନାଥଙ୍କ ବିବାଦୀୟ ବୟାନକୁ ନେଇ ତାତିଲେ ଇମରତୀ ଦେବୀ, କହିଲେ….

ପାକିସ୍ତାନ ଛାଡ଼ିଲେ ଏହି ପପୁଲାର୍‌ ଟିକ୍‌ଟକ୍‌ ଷ୍ଟାର, ପାକିସ୍ତାନୀଙ୍କୁ ଦୋଷ ଦେଇ କହିଲେ…

ପାକିସ୍ତାନରେ ତେଜୁଛି ବିରୋଧୀଙ୍କ ସ୍ୱର: କବାଟ ଭାଙ୍ଗି ନୱାଜ ସରିଫଙ୍କ ଜ୍ୱାଇଁଙ୍କୁ ଉଠାଇ ନେଲା‌ ପୋଲିସ

ଆତ୍ମଘାତୀ କାର୍‌ ବିସ୍ଫୋରଣରେ ୧୨ ମୃତ, ୧୨୦ ଆହତ

ଆଜିଠୁ ଏହିସବୁ ରାଜ୍ୟରେ ଖୋଲିଲା ସ୍କୁଲ୍‌

ମିଜୋରାମ-ଆସାମ ସୀମାନ୍ତରେ ବଢୁଛି ଉତ୍ତେଜନା, କଡ଼ାକଡ଼ି ହେଲା ସୁରକ୍ଷା ବ୍ୟବସ୍ଥା

ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ସ୍ୱୀକାର କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଗ୍ୟାଙ୍ଗଷ୍ଟର ଟାଇଗରକୁ ମାରିଦେଲେ

ଦୁଇ ମହିଳା ଗାଡ଼ିରୁ ଡେଇଁ ପଡ଼ିବା ଦେଖି କାର୍‌ର ପିଛା କଲେ ଲୋକେ, ତା ପରେ…

ଧାରା ୩୭୦ ଉଚ୍ଛେଦକୁ କରୋନା ଭାଇରସ ସହିତ ତୁଳନା କଲେ ଜାମ୍ମୁ ଓ କାଶ୍ମୀର ନେତା

You might also like