୨୨ରେ ଉତ୍‌କ୍ଷେପଣ ହେବ ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ‘ଚନ୍ଦ୍ରଯାନ-୨’ ଚଳିତ ମାସ ୨୨ ତାରିଖରେ ଉତ୍‌କ୍ଷେପଣ ହେବ। ସେହିଦିନ ଅପରାହ୍ନ ୨ଟା ୪୩ ମିନିଟ୍‌ରେ ଇସ୍ରୋ ଏହାକୁ ଲଞ୍ଚ୍‌ କରିବ। ଏନେଇ ‌ଆଜି ଇସ୍ରୋ ବିଧିବଦ୍ଧ ଭାବେ ଟ୍ୱିଟ୍ କରି ସୂଚନା ଦେଇଛି।

ଗତ ୧୫ ତାରିଖରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା। ହେଲେ ଉତ୍‌କ୍ଷେପଣର ଠିକ୍ ଘଣ୍ଟାକ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି କାରଣରୁ ମିଶନ୍‌କୁ ସ୍ଥଗିତ ରଖିଯାଇଥିଲା।

ଜିଏସ୍ଏଲ୍‌ଭି ମାର୍କ ଥ୍ରୀର କ୍ରାୟୋଜେନିକ୍‌ ଇଞ୍ଜିନ୍‌ରେ କିଛି ତ୍ରୁଟି ପରିଲିକ୍ଷିତ ହେବାରୁ ଉତ୍‌କ୍ଷେପଣ ବନ୍ଦ ରଖିବାକୁ ଇସ୍ରୋ ନିଷ୍ପତ୍ତି ନେଇଥିଲା। ଭାରତର ଚନ୍ଦ୍ରଯାନ-୧ ଓ ମଙ୍ଗଳଯାନ ମିଶନ ସଫଳ ହୋଇଥିଲେ ବି ଚନ୍ଦ୍ରଯାନ-୨ ଇସ୍ରୋ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି।

You might also like