ଲ୍ୟାଣ୍ଡର ବିକ୍ରମ ଅବତରଣ ପୂର୍ବର ସେଇ ଶେଷ ୧୫ ମିନିଟ୍…..

ନୂଆଦିଲ୍ଲୀ: ଭାରତର ମିଶନ ଚନ୍ଦ୍ରଯାନ ୨ ଶୁକ୍ରବାର ବିଳମ୍ୱିତ ରାତିରେ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବାର ୨.୧ କିଲୋମିଟର ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା। ରାତି ପ୍ରାୟ ୧.୩୮ ମିନିଟରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ବୋଲି ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିଲା। ୧.୪୪ ମିନିଟରେ ଲ୍ୟାଣ୍ଡର ବିକ୍ରମ ରଫ ବ୍ରେକିଂ ଟାଇମକୁ ମଧ୍ୟ ସଫଳତାର ସହ ପାର କରିଥିଲା। ଏହାପରେ ବୈଜ୍ଞାନିକମାନେ ଚନ୍ଦ୍ରଯାନ ୨ର ବେଗକୁ କମାଇ ଦେଇଥିଲେ। ୧.୪୯ ମିନିଟ୍ ବେଳକୁ ଚନ୍ଦ୍ରଯାନ ୨ର ବେଗ ମଧ୍ୟ ହ୍ରାସ ପାଇ ସାରିଥିଲା। ୧.୫୨ ମିନିଟ୍ ବେଳକୁ ଚନ୍ଦ୍ରଯାନ-୨ ୨.୧ କିଲୋମିଟର ଦୂରତାରେ ଥିବା ବେଳେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।

କ’ଣ ପାଇଁ ଯୋଗାଯାଗ ବିଚ୍ଛିନ୍ନ ହୋଇଛି ସେ ନେଇ ବୈଜ୍ଞାନିକମାନେ ଅଧ୍ୟୟନ କରୁଛନ୍ତି। ଚନ୍ଦ୍ରଯାନ ୨ରେ ଥିବା ଅର୍ବିଟର ଜରିଆରେ ଲ୍ୟାଣ୍ଡର ବିକ୍ରମ ବାବଦରେ ସମସ୍ତ ସୂଚନା ମିଳିପାରିବ ବୋଲି ଜଣାପଡ଼ିଛି। କାହିଁକି ଯୋଗାଯୋଗ ବିଚ୍ଛିନ୍ନ ହେଲା ତା’ର କାରଣ ମଧ୍ୟ ଜଣାପଡ଼ିବ।

ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ସମସ୍ତ ବୈଜ୍ଞାନିକ ଯେଉଁଭଳି ଭାବରେ ପ୍ରଚେଷ୍ଟା କରିଥିଲେ ଅନ୍ତିମ ସମୟରେ ତାହା ସଫଳ ହୋଇନଥିଲେ ମଧ୍ୟ ମିଶନ ଚନ୍ଦ୍ରଯାନ ୨ ବିଫଳ ବୋଲି କୁହାଯାଇ ପାରିବ ନାହିଁ। ଇସ୍ରୋର ବୈଜ୍ଞାନିକ କହିଛନ୍ତି ମିଶନ ଚନ୍ଦ୍ରଯାନ-୨ର ୫ ପ୍ରତିଶତ ପ୍ରଭାବିତ ହୋଇଛି। ବାକି ୯୫ ପ୍ରତିଶତ ସଫଳ ରହିଛି। ଯେଉଁ ୫ ପ୍ରତିଶତ ପ୍ରଭାବିତ ହୋଇଛି ତାହା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଆହୁରି ପଢ଼ନ୍ତୁ

ପାକିସ୍ତାନ ଅନୁପ୍ରବେଶକାରୀକୁ ଧରିଲା ସେନା; ୫ ହଜାର ପାକିସ୍ତାନୀ ଟଙ୍କା ଜବତ

‘ପାପ, ଭୁଲ ଓ ବେମାରୀକୁ ଛୋଟ ଭାବିବା ଉଚିତ ନୁହେଁ’

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ରୁ କେମିତି ଶେୟାର୍ ହେଲା ପର୍ଣ୍ଣୋଗ୍ରାଫିକ୍ ଭିଡିଓ ?‌

୨ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲା ସେନା; ଦୁଇ ଦିନରେ ୪ ମୃତ

ଡ୍ରଗ୍ସ କାରବାର ମାମଲାରେ ବିଚାର କରୁଥିବା NDPSର ସ୍ୱତନ୍ତ୍ର ବିଚାରପତିଙ୍କୁ ବୋମାମାଡ଼ ଧମକ: ଦୁଇ ଅଟକ

ଗୋଆ ଉପମୁଖ୍ୟମନ୍ତ୍ରୀଙ୍କ ମୋବାଇଲ୍‌ ହ୍ୟାକ୍

ଚୀନ୍‌ର କରୋନା ଭ୍ୟାକ୍ସିନ ସମ୍ପୂର୍ଣ୍ଣ ସୁରକ୍ଷିତ: ବ୍ରାଜିଲ୍‌

ସନ୍ଧ୍ୟା ୬ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୮୩ ଦିନ ପରେ ଆଶ୍ୱସ୍ତି; ଦିନକରେ ଚିହ୍ନଟ ହେଲେ ୫୦ ହଜାରରୁ କମ କରୋନା ଆକ୍ରାନ୍ତ

ଫେବ୍ରୁଆରି ସୁଦ୍ଧା ଦେଶର ଅଧା ଲୋକ କରୋନା ଆକ୍ରାନ୍ତ ହୋଇ ପାରନ୍ତି !

କଥା ଦେଇ କଥା ରଖିଲେ ରାହୁଲ, ଦୁଇ ଭଉଣୀଙ୍କୁ ଉପହାର ଦେଲେ ଘରର ଚାବି

କରୋନା ଆକ୍ରନ୍ତଙ୍କ ଖୁସି ପାଇଁ ନାଚିଲେ ଡାକ୍ତର, ଭିଡିଓ ଭାଇରାଲ

You might also like