ଚନ୍ଦ୍ରଯାନ-୨: ଲ୍ୟାଣ୍ଡର ବିକ୍ରମ ସହ ଯୋଗାଯୋଗ ବିଚ୍ଛିନ୍ନ, ସାହସ ଦେଲେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣର ଶେଷ ମୁହୁର୍ତ୍ତରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନଙ୍କ ସୂଚନା ଅନୁସାରେ ଚନ୍ଦ୍ର ପୃଷ୍ଠରୁ ୨.୧ କିଲୋମିଟର ଦୂରତା ଯାଏ ଲ୍ୟାଣ୍ଡର ସ୍ୱାଭାବିକ ଭାବେ କାର୍ଯ୍ୟ କରିଥିଲା। ତା’ ପରେ ଲ୍ୟାଣ୍ଡର ପାଖରୁ ଇସ୍ରୋ କଣ୍ଟ୍ରୋଲ ରୁମ୍‌କୁ କୌଣସି ସୂଚନା ମିଳିନଥିଲା। ଫଳରେ ବୈଜ୍ଞାନିକମାନେ ସାରାରାତି ତଥ୍ୟ ପାଇବା ପାଇଁ ଅପେକ୍ଷା କରିଥିଲେ।

ସଫ୍ଟ ଲ୍ୟାଣ୍ଡିଂର ଶେଷ ସମୟରେ ହିଁ ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ସମ୍ପର୍କ ଛିନ୍ନ ହୋଇଥିଲା। ଇସ୍ରୋ ମୁଖ୍ୟାଳୟରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇସ୍ରୋ ଅଧ୍ୟକ୍ଷ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଇସ୍ରୋ ସହ ଲ୍ୟାଣ୍ଡର ବିକ୍ରମର ଯୋଗାଯୋଗ ବିଚ୍ଛିନ୍ନ ହେବାପରେ ଇସ୍ରୋ ବୈଜ୍ଞାନିକମାନଙ୍କୁ ଆଶା ଓ ଆଶଙ୍କାରେ ଦେଖିବାକୁ ମିଳିଥିଲା। ଏହା ପରେ କିଛି ସମୟ ପାଇଁ ଇସ୍ରୋ ମୁଖ୍ୟାଳୟରେ ନିରାଶ ଖେଳି ଯାଇଥିଲା। ଏହା ଦେଖି ସାହସ ନ ହରାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ପରାମର୍ଶ ଦେଇଥିଲେ।

ବୈଜ୍ଞାନିକମାନେ ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ବେଶ୍ ପ୍ରୟାସ କରିଥିଲେ। ଏବେ ବି ଲ୍ୟାଣ୍ଡର ସହ ସମ୍ପର୍କ ସ୍ଥାପନ ପାଇଁ ପ୍ରୟାସ ଚାଲିଥିବା ଜଣାପଡ଼ିଛି।

ତେବେ ଲ୍ୟାଣ୍ଡିଂ ବିଫଳ ହୋଇଥିଲେ ମଧ୍ୟ ଗତ ସେପ୍ଟେମ୍ବର ୧ରେ ଅରବିଟର୍‌ , ଚନ୍ଦ୍ର କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହୋଇଥିବାରୁ ଚନ୍ଦ୍ରଯାନ ମିଶନ-୨କୁ ଆଂଶିକ ସଫଳତା ମିଳିଛି।

ଆହୁରି ପଢ଼ନ୍ତୁ

ମଦ ଢାଳି ଭୂମି ପୂଜନ କଲେ ବିଧାୟକ

ମୁଙ୍ଗେର ଗୁଳିକାଣ୍ଡ ପ୍ରତିବାଦରେ ବ୍ୟାପକ ହିଂସାକାଣ୍ଡ, ତଦନ୍ତ ନିର୍ଦ୍ଦେଶ ଦେଲେ ସିଇସି

ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ

ବିବାଦୀୟ ମାନଚିତ୍ର ନେଇ ସଂସଦୀୟ କମିଟି ପାଖରେ କ୍ଷମା ମାଗିଲା ଟ୍ୱିଟର

ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ

ଜେଇଇ ମେନ୍‌ରେ ଟପ୍ କରିଥିବା ପରୀକ୍ଷାର୍ଥୀ ଗିରଫ

୬୫ ବର୍ଷରେ ବିବାହ କଲେ ବରିଷ୍ଠ ଓକିଲ ହରିଶ ସାଲ୍‌ଭେ

ଲ୍ୟାଣ୍ଡ ମାଇନ୍ସ ବିଛାଉଥିବାବେଳେ ବିସ୍ଫୋରଣ; ୧୨ରୁ ଅଧିକ ସେନା ମୃତ

୬୦ ବର୍ଷୀୟ ବୃଦ୍ଧଙ୍କ ଆଖିରୁ ବାହାରିଲା ୨୦ ଜୀବନ୍ତ କୃମି

ଭୟରେ ପାଦ ଥରୁଥିଲା, ଝାଳରେ ଭିଜି ଯାଇଥିଲେ ପାକ୍‌ ଆର୍ମି ଚିଫ୍, ଶେଷରେ ଅଭିନନ୍ଦନଙ୍କୁ ଛାଡି ଦେଇଥିଲେ

ବେଷ୍ଟ୍‌ କଷ୍ଟ୍ୟୁମ୍ ଡିଜାଇନର୍ ପୁରସ୍କାର ପାଇବେ ଏହି ଦିନ ମଜୁରିଆ

କରୋନା କାଳରେ ପୋଲିସ ଦମନଲୀଳାକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

You might also like