ପୋଲାଭରମ୍ ପ୍ରକଳ୍ପ ବାଦବ ବକେୟା ଟଙ୍କା ମାଗିଲା ଆନ୍ଧ୍ର

ହାଇଦ୍ରାବାଦ: ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରବାବୁ ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ଅଟକଳ ବାବଦ ବାକି ଥିବା ୩୭୨୨.୦୪ କୋଟି ଟଙ୍କା ପ୍ରଦାନ ପାଇଁ ଦାବି କରିଛନ୍ତି। ଏହି ସଂଶୋଧିତ ଖର୍ଚ୍ଚ ଅନୁମୋଦନ ସହ ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ଚନ୍ଦ୍ରବାବୁ।

ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପ ଏବଂ ଆନ୍ଧ୍ର ପ୍ରଦେଶର ଜୀବନ ରେଖା ହୋଇଥିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ଏବଂ ଅର୍ଥ ପାଇଁ ନିର୍ମାଣ କାର୍ଯ୍ୟରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ଏହି ଅର୍ଥର ତୁରନ୍ତ ଆବଶ୍ୟକତା ଥିବା ଚନ୍ଦ୍ରବାବୁ ଚିଠିରେ ଉଲ୍ଲେଖ କରିଛନ୍ତି।

You might also like