ଦୁଇଥର ମରି ବଞ୍ଚିଥିଲେ, ପୁଣି ମରିଗଲେ

ଚଣ୍ଡିଗଡ଼: ଦୁଇଟି ଅଲଗା ଅଲଗା ଡାକ୍ତରଖାନାରେ ଦୁଇଥର ମୃତ ଘୋଷଣା ପରେ ବଞ୍ଚିଥିଲେ ମହିଳା। କିନ୍ତୁ ତୃତୀୟଥର ଚିକିତ୍ସାବେଳେ ତାଙ୍କର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ରେ।

ଖବର ଅନୁସାରେ ୪୫ ବର୍ଷୀୟା ଏହି ମହିଳାଙ୍କୁ ଗୋଟିଏ ହସ୍‌ପିଟାଲ୍‌ରେ ମୃତ ଘୋଷଣା କରାଯିବା ପରେ ପୁଣିଥରେ ତାଙ୍କୁ ଚଣ୍ଡିଗଡ଼ ହସ୍‌ପିଟାଲ-୩୨କୁ ଅଣାଯାଇଥିଲା। କାରଣ ମହିଳାଙ୍କ କାରୋଟିଡ୍ ଧମନୀ ନାଡ଼ି ସ୍ପନ୍ଦିତ ହେଉଥିଲା। ଇସିଜିରେ ଜଣାପଡ଼ିଲା ଯେ ମହିଳାଙ୍କ ହାର୍ଟ ସ୍ପନ୍ଦନ ହେବା ସହିତ ଅନ୍ୟ ଜୁରୁରୀ ଅଙ୍ଗସବୁ କାମ କରୁଛି। ତେଣୁ ପୁଣି ଦୁଇ ଘଣ୍ଟା ଧରି  ଚିକିତ୍ସା କରିବା ପରେ ଡାକ୍ତର ମହିଳାଙ୍କୁ ମୃତ୍ୟ ଘୋଷଣା କଲେ।

ଏହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା ହେଉଛି। ତେବେ ଏହା ମେଡିକାଲ୍‌ କର୍ମଚାରିଙ୍କ ଦାୟିତ୍ୱହୀନତା ନା ଆଉ କିଛି ସେ ନେଇ ତଦନ୍ତ ଚାଲିଛି।

ଡାକ୍ତର ଦେଲେ ଭିନ୍ନ ମତ

ମହିଳାଙ୍କୁ ଚିକିତ୍ସା କରିଥିବା ଡାକ୍ତର କହିଲେ. ଏହି ମହିଳା ଚଣ୍ଡିଗଡ଼ର ଏକ ସରକାରୀ ମଲଟି ସୁପରସ୍ପେଶାଲଟି ହସ୍ପିଟାଲ(ଜିଏମସିଏଚ) ୧୬ରେ ଭର୍ତ୍ତି ହୋଇଥିଲେ। ଏଠାରେ ଡାକ୍ତର ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାର ୩ ଘଣ୍ଚା ପରେ ଆମ୍ବୁଲାନ୍ସରେ ତାଙ୍କୁ ନେଇ ଯାଇଥିଲେ ମହିଳା ଜଣକ ବଞ୍ଚଥିବା ପରିବାର ଲୋକେ ଜାଣିବାକୁ ପାଇଥିଲେ। ପୁଣିଥରେ ତାଙ୍କୁ ଚଣ୍ଡିଗଡ଼ ହସ୍‌ପିଟାଲ-୩୨ ଅଣାଯାଇଥିଲା। ସେଠି ଦୁଇ ଘଣ୍ଟାଧରି ଚିକିତ୍ସା ଚାଲିଥିବା ପରେ ମହିଳାଙ୍କ ମୃତ୍ୟୁ ହୋଇଛି। ତେବେ ଏହା କୌଣସି ତ୍ରୁଟି ନୁହେଁ ବରଂ ଏହା ଏକ ରୋଗ। ଯାହାର ନା ଲଜରସ ଫେନୋମେନା।

ପୃଥିବୀରେ ଏଭଳି ଘଟଣା ୩୮ଟି ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ଭାରତରେ ଏହି ଲଜରସ ରୋଗର ଜଣେ ଶିକାର ହୋଇଛି ବୋଲି ଜିଏମସିଏଚ-୩୨ର ଫରେନସିକ ମେଡିସିନର ମୁଖ୍ୟ ଡାକ୍ତର ଦଶରୀ ହରୀଶ କହିଛନ୍ତି।

ଜିଏମଏସଏଚ-୧୬କୁ ଯେତେବେଳେ ଏହି ମହିଳାଙ୍କୁ ନିଆଯାଇଥିଲା ସେତେବେଳେ ସେ ଫୁସଫୁସ ରୋଗରେ ଆକ୍ରାନ୍ତ ଥିଲେ। ଯେଉଁଥିପାଇଁ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ମୃତ ଘୋଷିତ ହୋଇଥିଲେ। ଏହାପରେ ସେମାନେ ଦ୍ୱିତୀୟ ଥର ଜିଏମସିଏଚ ୩୨ରେ ଭର୍ତ୍ତି କରାଇଥିଲେ। ହେଲେ ସେ ପୂର୍ବରୁ ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିଲେ ବୋଲି ପରିବାର ଲୋକେ ଜିଏମସିଏଚ ହସ୍ପିଟାଲକୁ କହିନଥିଲେ। ଏଭଳି ମୃତ୍ୟୁକୁ ନେଇ ଏକ ଗବେଷଣା ଟିମ୍ ଗଠନ କରାଯାଇଥିବା ସୂଚନା ରହିଛି।

୨୦୧୫ରେ ଅନ୍ତିମଥର ପାଇଁ ଡେନମାର୍କରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିଲା। ହସ୍ପିଟାଲରେ ତାଙ୍କ ମୃତ ଶରୀର ଥିଲା। ପାଖାପାଖି ୨୨ ଘଣ୍ଟା ପରେ ସେ ପୁଣିଥରେ ଜୀବତ ହୋଇଥିଲେ। ଏମିତିକି ସେ ସୁପ୍ ମଧ୍ୟ ପିଇଥିଲେ। ଏହାପରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସୂଚନା ରହିଛି।

 

You might also like