NRA ସେପ୍ଟେମ୍ବରରେ ସରକାରୀ ପୋଷ୍ଟଗୁଡିକ ପାଇଁ ସମ୍ଭବତଃ ଅନଲାଇନ CET ପରିଚାଳନା କରିପାରେ | ସବିଶେଷ ବିବରଣୀ ଯାଞ୍ଚ କରନ୍ତୁ

ସେପ୍ଟେମ୍ବରରେ CET EXAM?

ନୂଆଦିଲ୍ଲୀ: ସରକାରୀ ପଦ ପଦବୀ ନିଯୁକ୍ତି ପାଇଁ କମନ ଏଲିଯିବିଲିଟି ଟେଷ୍ଟ (CET) ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଶନିବାର କହିଛନ୍ତି। ସେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟର ଅନୁମୋଦନ କ୍ରମେ CET ପରିଚାଳନା ପାଇଁ ଜାତୀୟ ନିଯୁକ୍ତି ଏଜେନ୍ସି (ଏନଆରଏ) ଗଠନ କରାଯାଇଛି।

ସରକାରୀ ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ କାରଣ ଚଳିତ ବର୍ଷ ଠାରୁ ସମଗ୍ର ଦେଶରେ ଏକ ସାଧାରଣ ଯୋଗ୍ୟତା ପରୀକ୍ଷା ବା କମନ ଏଲିଯିବିଲିଟି ଟେଷ୍ଟ (CET) ଅନୁଷ୍ଠିତ ହେବ ଏବଂ କେନ୍ଦ୍ର ସରକାରୀ ଚାକିରିରେ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ସର୍ଟଲିଷ୍ଟ କରାଯିବ ବୋଲି ରାଜ୍ୟ ମନ୍ତ୍ରୀ ସିଂ କହିଛନ୍ତି। ପ୍ରଥମ ପରୀକ୍ଷା ୨୦୨୧ର ଶେଷ ଭାଗରେ ଅର୍ଥାତ ସେପ୍ଟେମ୍ବର କିମ୍ବା ତା’ପରେ ହେବାର ସମ୍ଭାବନା ଅଛି ବୋଲି ସେ ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଏବଂ ଯୁବକମାନଙ୍କ ପ୍ରତି ତାଙ୍କର ଗଭୀର ଚିନ୍ତା ଯୋଗୁଁ ପର୍ସନାଲ ଆଣ୍ଡ ଟ୍ରେନିଂ ବିଭାଗ (ଡୋପିଟି) ଦ୍ୱାରା କରାଯାଇଥିବା “ଏଇ ପରିବର୍ତ୍ତନଶୀଳ ସଂସ୍କାର” ସମ୍ଭବ ହୋଇଛି। ସେ କହିଛନ୍ତି ଯେ ଏନଆରଏ ଏକ ମଲ୍ଟି ଏଜେନ୍ସି ସଂସ୍ଥା ହେବ ଯାହା ଗ୍ରୁପ୍ ବି ଏବଂ ସି (ଅଣ-ବୈଷୟିକ) ପଦବୀ ପାଇଁ ପ୍ରାର୍ଥୀଙ୍କୁ ସ୍କ୍ରିନିଂ ଏବଂ ସର୍ଟଲିଷ୍ଟ କରିବା ପାଇଁ ସାଧାରଣ ପରୀକ୍ଷା କରିବ। ଏହି ସଂସ୍କାରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଅତି କମରେ ଗୋଟିଏ ପରୀକ୍ଷା କେନ୍ଦ୍ର ରହିବ ଯାହା ଦୂରଦୂରାନ୍ତରେ ରହୁଥିବା ଅଧିକ ରୁ ଅଧିକ ପ୍ରାର୍ଥୀଙ୍କୁ ପରୀକ୍ଷା ରେ ଭାଗ ନେବାକୁ ସୁଯୋଗ ଦେବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ସଂସ୍କାରର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ପ୍ରାର୍ଥୀଙ୍କୁ ସମାନ ସୁଯୋଗ ଯୋଗାଇବା ଯାହା ଦ୍ୱାରା କୌଣସି ଚାକିରୀ ଆଶାୟୀ ଅସୁବିଧାଭୋଗ ନ କରିବେ ଏବଂ ତାଙ୍କ ଦୁର୍ବଳ ଆର୍ଥିକ ସ୍ଥିତି ପରୀକ୍ଷା ରେ ଭାଗନେବା ପାଇଁ ବାଧା ସୃଷ୍ଟି କରିବା ନାହିଁ ।ଏହା ମହିଳା ଏବଂ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଏନଆରଏ ଏକ ସ୍ୱାଧୀନ , ସ୍ୱୟଂଶାସିତ ସଂଗଠନ ହେବ ଯାହାକି କେତେକ ବର୍ଗ ପାଇଁ ପ୍ରାର୍ଥୀମାନଙ୍କୁ ସର୍ଟଲିଷ୍ଟ କରିବା ପାଇଁ ଦାୟୀ ହେବ, ଯେଉଁଥିରେ ଷ୍ଟାଫ୍ ସିଲେକସନ କମିଶନ (ଏସଏସସି), ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସନାଲ ସିଲେକସନ (ଆଇବିପିଏସ୍) ମାଧ୍ୟମରେ ନିଯୁକ୍ତି କରାଯିବ। ଅବଶ୍ୟ, SSC, RRB ଏବଂ IBPS ପରି ଥିବା କେନ୍ଦ୍ରୀୟ ନିଯୁକ୍ତି ଏଜେନ୍ସି ସେମାନଙ୍କ ଆବଶ୍ୟକତା ଅନୁଯାୟୀ ନିର୍ଦ୍ଦିଷ୍ଟ ନିଯୁକ୍ତି ଜାରି ରଖିବେ ଏବଂ ଚାକିରି ପାଇଁ ପ୍ରାର୍ଥୀଙ୍କ ପ୍ରାଥମିକ ସ୍କ୍ରିନିଂ ପାଇଁ କେବଳ CET ପରୀକ୍ଷା ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

You might also like