ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍

ଛତିଶଗଡ଼ ଛତିଶଗଡ଼ରୁ ରେଳଯାତ୍ରୀ ସେବାରେ ଲାଗିବନି ରୋକ୍। ଓଡ଼ିଶା ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ କୋଭିଡ୍ ଟେଷ୍ଟ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କଲାନି ରେଳ ମନ୍ତ୍ରାଳୟ। ମୁଖ୍ୟ ଶାସନ ସଚିବଙ୍କ ଚିଠିର ଉତ୍ତର ରଖିଲା ରେଳ ମନ୍ତ୍ରାଳୟ। ଛତିଶଗଡ଼ରୁ ଆସୁଥିବା ଟ୍ରେନ୍‌କୁ ନିୟନ୍ତ୍ରିତ କରାଯିବନି। ମାର୍ଚ୍ଚ ୨୩ ଗୃହ ମନ୍ତ୍ରାଳୟର ଗାଇଡ୍ ଲାଇନ୍ ଅନୁସାରେ ରେଳ ସେବା ଚାଲୁ ରହିବ। ରେଳ ଷ୍ଟେସନ୍‌ରେ ଚେକିଂ ଓ ଟେଷ୍ଟିଂ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ଲାଗି ଚିଠିରେ ପରାମର୍ଶ ଦିଆଯାଇଛି। ଗୃହ ମନ୍ତ୍ରାଳୟ ଠାରୁ ଆବଶ୍ୟକୀୟ ପରାମର୍ଶ ନେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ରାଜ୍ୟରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଆସନ୍ତା ୧୦ ତାରିଖ ଠାରୁ ଛତିଶଗଡ଼କୁ ସବୁ ପ୍ରକାର ଟ୍ରେନ୍ ବନ୍ଦ ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। ଛତିଶଗଡ଼ରୁ ବା ଛତିଶଗଡ଼ ଦେଇ ଆସୁଥିବା ସବୁ ଟ୍ରେନ୍ ବନ୍ଦ ରଖିବା ନେଇ ଗତକାଲି ରେଲୱେ ବୋର୍ଡ ଅଧ୍ୟକ୍ଷଙ୍କୁ ମୁଖ୍ୟ ସଚିବ ଚିଠି ଲେଖିଥିଲେ। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ମୁଖ୍ୟ ସଚିବ ଜଣାଇଥିଲେ।

କିନ୍ତୁ  ଏପ୍ରିଲ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ଛତିଶଗଡ଼କୁ ସମସ୍ତ ପ୍ରକାର ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ପାଇଁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ବର୍ଡର ଚେକ୍‌ପୋଷ୍ଟ କଡ଼ା କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି। ନେଗେଟିଭ ରିପୋର୍ଟ ବା ଟିକା ସାର୍ଟିଫିକେଟ ନଥିଲେ ଚେକ୍‌ପୋଷ୍ଟ ଦେଇ ଆସୁଥିବା ଲୋକଙ୍କୁ ୭ ଦିନ କ୍ୱାରେଣ୍ଟିନ୍‌ରେ ରଖିବାକୁ କୁହାଯାଇଛି।

You might also like