କରୋନା ପାଇଁ କେନ୍ଦ୍ର ଦେଲା ୮୯୦ କୋଟି

ନୂଆଦିଲ୍ଲୀ: କୋଭିଡ ମୁକାବିଲା ପାଇଁ କେନ୍ଦ୍ର ସରକାର ଦ୍ୱିତୀୟ କିସ୍ତିରେ ପ୍ରଦାନ କରିଛନ୍ତି ୮୯୦ କୋଟି ୩୨ ଲକ୍ଷ ଟଙ୍କା। ୨୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଏହି ଟଙ୍କା ପ୍ରଦାନ କରାଯାଇଛି ବୋଲି ଶୁକ୍ରବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଓଡ଼ିଶା, ଛତିଶଗଡ଼,ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତାମିଲନାଡୁ, ରାଜସ୍ଥାନ, ତେଲେଙ୍ଗାନା, ଅନ୍ଧ୍ରପ୍ରଦେଶ, ଗୋଆ, ଗୁଜରାଟ, କର୍ଣ୍ଣାଟକ, କେରଳ, ପଞ୍ଜାବ, ୱେଷ୍ଟବେଙ୍ଗଲ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ମଣିପୁର, ମିଜୋରାମ ଏବଂ ସିକିମ।

ଇତ୍ୟାଦି। କେଉଁ ରାଜ୍ୟରେ କେତେକ କୋଭିଡ ବ୍ୟାପିଛି ସେହି ଅନୁସାରେ ଅନୁଦାନ ପ୍ରଦାନ କରାଯାଇଛି। କେନ୍ଦ୍ରର ଏହି ସହାୟତା କୋଭିଡ ହସ୍ପିଟାଲ, ଆଇସିୟୁ, ବେଡ୍ ବ୍ୟବସ୍ଥା ସହିତ ଟେଷ୍ଟିଂ କିଟ୍, RT PCR ମେସିନ ଆଦି କିଣାଯିବ। ସେହିପରି ଅକ୍ସିଜେନ ବ୍ୟବସ୍ଥା ମଧ୍ୟ କରାଯିବ।

ତା ସହିତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ, ସ୍ୱେଚ୍ଛାସେବୀଙ୍କୁ ଟ୍ରେନିଂ ଦିଆଯିବ। ଏହା ଆଗରୁ ଗତ ଏପ୍ରିଲ ମାସରେ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ୩ ହଜାର କୋଟି ଟଙ୍କା ଦିଆଯାଇଥିଲା।  କେନ୍ଦ୍ର ପ୍ରଦାନ କରିଥିବା କୋଭିଡ ମୁକାବିଲା ଦ୍ୱିତୀୟ କିସ୍ତି ପାଇଁ ମୋଦି ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  କରୋନା ମୁକାବିଲାରେ ଆର୍ଥିକ ପ୍ୟାକେଜ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗଡ଼ିକୁ ବେଶ୍ ସହାୟକ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

କୋଭିଡ୍‌ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ହଜାର କୋଟି ଟଙ୍କା ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିଲେ। ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ୍ ମୁକାବିଲା ପାଇଁ ଏହି ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା।

 

ଆହୁରି ପଢ଼ନ୍ତୁ

କରୋନା ଆକ୍ରାନ୍ତ ବି ଦେବେ ଭୋଟ୍

ଲଦାଖରେ ବଡ଼ ଧରଣର ଭୂକମ୍ପ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

Bihar Election 2020 Date:୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

You might also like