• translate
Rajalaxmi Sahoo

ନୂଆଦିଲ୍ଲୀ: କୋଭିଡ୍ ଟିକାକରଣ ପାଇଁ କେନ୍ଦ୍ର ସରକାର ନୂଆ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଦେଶବାସୀଙ୍କୁ ମାଗଣା ଟିକା ଯୋଗାଇବାକୁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଏହି ଗାଇଡ୍‌ଲାଇନ୍‌ ଜାରି ହୋଇଛି।

ଜାଣନ୍ତୁ, କ’ଣ ରହିଛି ଏହି ନୂଆ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ରେ….

  • ରାଜ୍ୟର ଲୋକସଂଖ୍ୟା, ରୋଗୀ ଅନୁପାତ, ଟିକାକରଣ ଦେଖି ଟିକା ବଣ୍ଟନ କରାଯିବ।
  • ଯାହାର ବେଶୀ ଟିକା ଅପଚୟ ଥିବ ସେହି ରାଜ୍ୟକୁ ଟିକା ଯୋଗାଣ କମ୍ ରହିବ।
  • ରାଜ୍ୟମାନଙ୍କୁ କେନ୍ଦ୍ର କେଉଁଦିନ କେତେ ଟିକା ଦେବ ସେନେଇ ଆଗୁଆ ଜଣାଇବ। ରାଜ୍ୟମାନେ ମଧ୍ୟ ନିଜ ନିଜ ଜିଲ୍ଲାମାନଙ୍କୁ ଏନେଇ ଆଗୁଆ ଜଣାଇ ଦେବେ।
  • ଟିକା ଉତ୍ପାଦକମାନେ ଘରୋଇ ହସ୍ପିଟାଲକୁ ସିଧାସଳଖ ଟିକା ଦେଇପାରିବେ।
  • ମାସିକ ଉତ୍ପାଦନର ସର୍ବାଧିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଟିକା ହସ୍ପିଟାଲକୁ ଦେବେ ଟିକା କମ୍ପାନୀ। ଧାର୍ଯ୍ୟ ଦର ସହ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେବେ ହସ୍ପିଟାଲ। କାହାର କେତେ ଆୟ ନଦେଖି ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବ।
  • ଆର୍ଥିକ ସ୍ୱଚ୍ଛଳ ବର୍ଗଙ୍କୁ ଘରୋଇ ହସ୍ପିଟାଲରେ ଟିକା ନେବାକୁ ପ୍ରବର୍ତ୍ତାଯିବ। କୋୱିନ ସହ ଅନସାଇଟ୍ ରେଜିଷ୍ଟ୍ରେସନ ବ୍ୟବସ୍ଥା ମଧ୍ୟ କରାଯିବ। 

କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ନୂଆ ପରିବର୍ତ୍ତିତ ଗାଇଡ୍‌ଲାଇନ୍‌ ଜୁନ୍‌ ୨୧ରୁ ଲାଗୁ ହେବ ଓ ନିୟମିତ ଭାବେ ଏହାର ସମୀକ୍ଷା କରାଯିବ। ଦେଶବାସୀଙ୍କୁ ମାଗଣାରେ ଟିକା ଦେବା ନେଇ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ। ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ଲୋକେ ନେଇପାରିବେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Other Stories