ଫିଲ୍ମ ଓ ଟିଭି ସୁଟିଂ ପାଇଁ ଜାରି ହେଲା SOP

ନୂଆଦିଲ୍ଲୀ: କରୋନା କଟକଣା ଯୋଗୁ ବନ୍ଦ ରହିଥିବା ଟିଭି ପ୍ରଡକ୍ସନ ଇଣ୍ଡଷ୍ଟ୍ରି ଓ ଫିଲ୍ମ ସୁଟିଂ କାର୍ଯ୍ୟ ପୁଣିଥରେ ଆରମ୍ଭ କରିବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଘୋଷଣା କରିଛନ୍ତି। ଏଥିପାଇଁ ନୂଆ ଗାଇଡଲାଇନ୍ସ ଜାରି ହୋଇଛି। ଏ ନେଇ କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍‌ କରି ନୂଆ SOP(Standard Operating Procedure) ବାବଦରେ ସୂଚନା ପ୍ରଦାନ କରିଛନ୍ତି।

ନୂଆ ଗାଇଡାଲାଇନ୍ସ ମିଡିଆ ପ୍ରଡକ୍ସନ ଇଣ୍ଡଷ୍ଟ୍ରି ପାଇଁ ସଞ୍ଜୀବନୀ ଭଳି କାର୍ଯ୍ୟ କରିବ। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଜାରି ହୋଇଥିବା ନୂଆ SOP କାଷ୍ଟ୍‌ ଓ crew ମେମ୍ବରର୍ସଙ୍କ ପାଇଁ କାର୍ଯ୍ୟ କ୍ଷେତ୍ରରେ ଏକ ଉତ୍ତମ ପରିବେଶ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଜାଣନ୍ତୁ କ’ଣ ରହିଛି ନୂଆ ଗାଇଡାଲାଇନ୍ସରେ…

  • ଶୁଟିଂ ହେଉଥିବା ସ୍ଥାନ ଓ ଅନ୍ୟାନ୍ୟ କାର୍ଯ୍ୟ କ୍ଷେତ୍ରରେ କିଭଳି ଭାବରେ ସାମାଜିକ ଦୂରତା ବଜାୟ ରହିବ ତା’ଉପରେ ଗୁରୁତ୍ୱ ପ୍ରଦାନ।
  • ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ।
  • ସାନିଟାଇଜେସନ୍‌, ଲୋକଙ୍କ ଗହଳି ଯେଭଳି ନ ହୁଏ, ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ଉପରେ ଗୁରୁତ୍ୱ।
  • costumes, ମେକ୍‌ଅପ୍ ଉପକରଣ‌ ଇତ୍ୟାଦି ଶେଆର୍‌ ବେଳେ ହାତରେ ଗ୍ଲୋଭ୍ସ ପିନ୍ଧିବା ଜରୁରୀ।
  • ଶୁଟିଂ ହେଉଥିବା ସ୍ଥାନ, ରେକର୍ଡିଂ ଷ୍ଟୁଡିଓ, ଏଡିଟିଂ ରୁମ୍‌ ଇତ୍ୟାଦି ସ୍ଥାନରେ ପରସ୍ପର ମଧ୍ୟରେ ୬ ଫୁଟ୍‌ର ଦୂରତା ରହିବା ଉଚିତ୍।
  • ଶୁଟିଂ ସମୟରେ ଅଳ୍ପ ସଂଖ୍ୟକ କାଷ୍ଟ୍‌ ଓ crew ଉପସ୍ଥିତ ରହିବେ।
  • ଶୁଟିଂ ସ୍ପଟ୍‌କୁ ଭିଜିଟର୍‌ କିମ୍ବା ଦର୍ଶକମାନେ ଯିବା ଉପରେ ବାରଣ।
  • କେବଳ କ୍ୟାମେରା ସାମ୍ନାରେ ଥିଲେ ଅଭିନେତାମାନେ ମାସ୍କ ପିନ୍ଧିବେନି।
  • ଥର୍ମାଲ ସ୍କ୍ରିନିଂ ପରେ ଲକ୍ଷଣ ନ ଥିଲେ ସୁଟିଂ ସେଟ୍‌କୁ ପ୍ରବେଶ ଅନୁମତି।

You might also like