ଲକଡାଉନ ମାନୁନାହାନ୍ତି ମମତା ସରକାର: କେନ୍ଦ୍ର ସରକାରଙ୍କର କଡ଼ା ଚେତାବନୀ

କୋଲକାତା: ଦେଶବ୍ୟାପୀ ଲକଡାଉନ ପାଳନ ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟର ଗାଇଡ ଲାଇନ ପାଳନ କରୁନାହାନ୍ତି ପଶ୍ଚିମବଙ୍ଗ ସରକାର। ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏବେ ବି ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଛି। ପରିବା ବଜାର, ମାଛ ଓ ମାଂସ ହାଟ, ଫୁଲ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ ଆଦୌ ପାଳନ କରାଯାଉନଥିବା ସୁରକ୍ଷା ସଂସ୍ଥା ନଜରକୁ ଆସିଛି।

ଏପରିକି ରାଜ୍ୟରେ ଅନାବଶ୍ୟକ ଦୋକାନ ଖୋଲା ରହୁଛି। ସେହିଭଳି ଧାର୍ମିକ କାର୍ଯ୍ୟକ୍ରମରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳୁଥିବା ଏବଂ ରାଜନୈତିକ ନେତାଙ୍କ ଦ୍ୱାରା କାର୍ଯ୍ୟକ୍ରମ ଚାଲୁଥିବାରୁ ଏହା କରୋନା ସଂକ୍ରମଣର ଭୟ ବଢ଼ାଇଛି।

ତେବେ ଏହା କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବାରୁ ଆଗକୁ ଏପରି ଜାରି ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି।

You might also like