ଖୋଲିବ ଜିମ୍‌ ଓ ଯୋଗ କେନ୍ଦ୍ର, ଜାରି ହେଲା ଗାଇଡ୍‌ ଲାଇନ

ନୂଆଦିଲ୍ଲୀ: କୋହଳ ହେଉଛି କୋଭିଡ କଟକଣା। ଆସ୍ତେ ଆସ୍ତେ ଖୋଲାଯାଉଛି ଦୋକାନ, ବଜାର ମଲ୍‌। ଏପରିକି ଜିମ୍‌ ସେଣ୍ଟର ଖୋଲିବା ପାଇ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।  ଏ ନେଇ କେନ୍ଦ୍ର ସରକାର ଜାରି କରିଛନ୍ତି ଗାଇଡ ଲାଇନ୍।

କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ଜିମ୍ ଓ ଯୋଗ କେନ୍ଦ୍ରକୁ ଅନୁମତି ମିଳିଛି। ତେବେ ୬୫ ବର୍ଷୀୟ ବୟସ୍କ ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ଶିଶୁଙ୍କୁ ଏଠାକୁ ଆସିବାକୁ ବାରଣ କରାଯାଇଛି।

ସେହିପରି ଯୋଗାଭ୍ୟାସ ଓ ବ୍ୟାୟାମ ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।  ଅତିକମ୍‌ରେ ୬ ଫୁଟ୍ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି। ଜିମ୍ନାସିୟମ ଓ ଯୋଗକେନ୍ଦ୍ର ପରିସରରେ ଛେପ ପକାଇବାକୁ ମଧ୍ୟ ସଂପୂର୍ଣ୍ଣ ବାରଣ କରାଯାଇଛି।

You might also like