ଟିକା ପାଇଁ ରେଜିଷ୍ଟ୍ରେସନ ଜରୁରୀ
ଟିକା ପ୍ରଦାନ ନେଇ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର। କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ ବୋଲି ଗାଇଡଲାଇନ ଉଲ୍ଲେଖ କରାଯାଇଛି। ଟିକା ପାଇଁ Co-WIN ଆପ୍ରେ ପଞ୍ଜୀକରଣ କରିବା ଜରୁରୀ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର, ଡିଏଲ୍ ଆଦି ୧୨ ପ୍ରକାର ପରିଚୟପତ୍ର ଦେଖାଇବାକୁ ପଡିବ।
ଟିକାକରଣ କେନ୍ଦ୍ରରେ କେବଳ ପୂର୍ବ ପଞ୍ଜୀକୃତଙ୍କୁ ହିଁ ଟିକା ମିଳିବ। ଟିକାକରଣ କେନ୍ଦ୍ରରେ ସ୍ପଟ୍ ରେଜିଷ୍ଟ୍ରେସନ କରାଯାଇପାରିବ ନାହିଁ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଜଣେ ଟିକା ନେଲା ପରେ ୩୦ ମିନିଟ କାଳ ଅନୁଧ୍ୟାନ କରାଯିବ। ପ୍ରଥମେ ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି। ୬୦ କୋଟି ଟିକା ଡୋଜ୍ ଦେବାକୁ ନିର୍ବାଚନ ବ୍ରିଗେଡ ଲଗାଯିବ। ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ କର୍ମୀ ଆଦି ୩୦ କୋଟି ଲୋକଙ୍କୁ ପ୍ରଥମେ ମିଳିବ ଟିକା।
ରେଜିଷ୍ଟ୍ରେସନ କରିନଥିଲେ ଦିଆଯିବନି କରୋନା ଟିକା, ୧୨ଟି ପରିଚୟପତ୍ର ମଧ୍ୟରୁ ଗୋଟିଏ ଦେଖାଇବାକୁ ବାଧ୍ୟତାମୂଳକ। ଗାଇଡଲାଇନ୍ ଜାରି କଲା କେନ୍ଦ୍ର #COVID19 pic.twitter.com/M7AsrEhs8i
— ଓଟିଭି (@otvkhabar) December 14, 2020
କିଛି ଦିନ ତଳେ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଥିଲେ ଯେ ଆପ୍ ଦ୍ୱାରା ଜଣେ ଟିକା ପାଇଁ ନିଜକୁ ରେଜିଷ୍ଟ୍ରେସନ କରିପାରିବେ। ଗୋଷ୍ଠୀଗତ ରେଜିଷ୍ଟ୍ରେସନ ମଧ୍ୟ ଆପ୍ ଦ୍ୱାରା କରାଯାଇପାରିବ। ନିକଟରେ କେଉଁଠି ଟିକାକରଣ କେନ୍ଦ୍ର ରହିଛି, ଏହା ଆପ୍ରୁ ସୂଚନା ମିଳିଯିବ। ଟିକା ସଂରକ୍ଷଣ, ପରିଚାଳନା ଆଦି ମଧ୍ୟ ଆପ୍ ଦ୍ୱାରା ସୂଚନା ମିଳିବ।