‘ହାତୀ ହତ୍ୟାକାରୀଙ୍କୁ ଛାଡ଼ିବୁନି’

କେରଳ: କେରଳରେ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ସପୁରୀ ଖୁଆଇ ହତ୍ୟା କରିବା ଘଟଣାକୁ ବେଶ୍ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର। ନୀରିହ ଜୀବକୁ ଅତି ଅମାନୁଷିକ ଭାବେ ହତ୍ୟା କରିବା ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର।


ଆମ ଭାରତୀୟ ପରମ୍ପରାରେ ଏମିତି ଖାଦ୍ୟରେ କିଏ ବାଣଭର୍ତ୍ତି ଦେଇ ନିରିହ ଜୀବକୁ ହତ୍ୟା କରେ ନାହିଁ ବୋଲି ଟ୍ୱିଟ୍ କରି କ୍ଷୁବ୍ଧ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। ଗତ ମାସ ୨୭ ତାରିଖରେ କିଛି ଲୋକ ସପୁରୀ ଭିତରେ ବାଣ ପୁରାଇ ଗର୍ଭବତୀ ହାତୀକୁ ଖାଇବାକୁ ଦେଇଥିଲେ।

ହାତୀଟି ଅତି ଖୁସିରେ ସପୁରୀ ଖାଇବା ମାତ୍ରେ, ପାଟିରେ ବାଣ ଫୁଟିଯାଇଥିଲା। ମଣିଷର ଛଳନାର ଶିକାର ହୋଇ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହାତୀ ପ୍ରାଣ ବିକଳରେ ଏକ ନଦୀ ଭିତରକୁ ପଶିଯାଇଥିଲା। ନଦୀରେ ଠିଆ ହୋଇଥିବା ଅବସ୍ଥାରେ ହିଁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଉଛି। ଖବର ପାଇ ବନ କର୍ମଚାରୀ ନଦୀ ଭିତରୁ ହାତୀକୁ ମୃତଦେହ ଉଦ୍ଧାର କରିଥିଲେ।

You might also like