ମେ ୩୧ ଯାଏ ବଢିଲା ଲକ୍‌ଡାଉନ୍, ବଦଳିଲା ରୂପରେଖ

ନୂଆଦିଲ୍ଲୀ: ଦେଶରେ ମେ ୩୧ ତାରିଖ ଯାଏଁ ବଢ଼ିଲା ଲକଡାଉନ୍। ଲକ୍‌ଡାଉନ୍ ୪.୦ ଏବେ ନୂଆ ରୂପରେ ଆସିଛି। ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନରେ ନୂଆ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଲକଡାଉନ ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ NDMAର ନିର୍ଦ୍ଦେଶ। NECକୁ ଗାଇଡଲାଇନରେ ସଂଶୋଧନ ପାଇଁ NDMAର ନିର୍ଦ୍ଦେଶ। ଆସନ୍ତାକାଲିଠୁ ୪ର୍ଥ ପର୍ଯ୍ୟାୟ ଲକଡାଉନ ସାରା ଦେଶରେ ଲାଗୁ ହେବ। ଏହି ପ୍ରସଙ୍ଗରେ ଆଜି ରାତି ୯ଟାରେ କେନ୍ଦ୍ର କ୍ୟାବିନେଟ୍ ସଚିବ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି।

ଚତୁର୍ଥ ପର୍ଯ୍ୟାୟ ବର୍ଦ୍ଧିତ ଲକଡାଉନର ସଂଶୋଧିତ ଗାଇଡଲାଇନ ଉପରେ ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ସେହିପରି କାହାକୁ କଣ୍ଟେନମେଣ୍ଟ ଓ ବଫର୍ ଜୋନ୍ ଘୋଷଣା କରାଯିବ, ନିଷ୍ପତ୍ତି ନେବା ଲାଗି ଜିଲ୍ଲା ପ୍ରଶାସନକୁ ଅଧିକାର ଦିଆଯାଇଛି। ତେବେ ପୂର୍ବ ଭଳି ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ରାଜ୍ୟ ଭିତରେ ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହୋଇପାରିବ। ଏଥିସହ ସହମତି ଭିତ୍ତିରେ ରାଜ୍ୟ-ରାଜ୍ୟ ମଧ୍ୟରେ ବି ଯାତ୍ରୀବାହୀ ଗାଡ଼ି ଓ ବସ୍ ଚଳାଚଳ ହେବ ବୋଲି ଜଣାପଡ଼ିଛି।

ଆଗରୁ ୪ଟି ରାଜ୍ୟ ସରକାର ମେ ୩୧ ଯାଏଁ ଲକଡାଉନ୍ ବୃଦ୍ଧି କରି ସାରିଥିଲେ। ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁ ଓ ମିଜୋରାମ ଲକଡାଉନ୍ ବଢ଼ାଇଥିଲେ। ଆଜି ମହାରାଷ୍ଟ୍ର ଓ ତାମିଲନାଡୁରେ ମେ ୩୧ ଯାଏ ଲକ୍‌ଡାଉନ ବୃଦ୍ଧି କରିବାକୁ ଘୋଷଣା କରିଥିଲେ।

  • ପ୍ରଥମ ପର୍ଯ୍ୟାୟ: ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ 
  • ଦ୍ୱିତୀୟ ପର୍ଯ୍ୟାୟ: ଏପ୍ରିଲ ୧୫ରୁ ମେ ୩ 
  • ତୃତୀୟ ପର୍ଯ୍ୟାୟ: ମେ ୪ରୁ ମେ ୧୭
  • ଚତୁର୍ଥ ପର୍ଯ୍ୟାୟ:  ମେ ୧୮ରୁ  ମେ ୩୧

ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ଯାଏ ଘୋଷଣା ହୋଇଥିଲା ପ୍ରଥମ ପର୍ଯ୍ୟାୟ ଲକଡାଉନ। ଏପ୍ରିଲ ୧୫ରୁ ମେ ୩ ଯାଏ ଘୋଷଣା ହୋଇଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ୍। ସେହିପରି ମେ ୪ରୁ ମେ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ହୋଇଥିଲା।

ତେବେ ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଲକ୍‌ଡାଉନ୍ ୪.୦ର କଥା ଉଠାଇଥିଲେ, ଏହା ନୂଆ ରୂପରେ ଆସିବ ବୋଲି କହିଥିଲେ।  ସାରା ଦେଶରେ ଲକଡାଉନ୍ ଅବଧି ବୃଦ୍ଧି ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା।

You might also like