କେଉଁ ଦୋକାନ ଖୋଲା ରହିବ ? କେଉଁ ଦୋକାନ ବନ୍ଦ ରହିବ ? ସରକାର ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: କରୋନା ଲକ୍‌ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି।

ସ୍ପଷ୍ଟୀକରଣ ଅନୁସାରେ, ଗ୍ରାମାଞ୍ଚଳରେ ଥିବା ସମସ୍ତ ଦୋକାନ ଖୋଲା ରହିବ।

ସେହିପରି ସହରାଞ୍ଚଳରେ ଥିବା ସମସ୍ତ ଗୋଟିକିଆ ଦୋକାନ ତଥା ଆବାସିକ ଅଞ୍ଚଳ ବା କଲୋନୀ ପାଖରେ ଥିବା ଦୋକାନ ଖୋଲା ହୋଇପାରିବ। ତେବେ ସହରାଞ୍ଚଳରେ କୌଣସି ମାର୍କେଟ କଂପ୍ଲେକ୍ସ ଏବଂ ସପିଂ ମଲ୍ ଖୋଲା ରହିବ ନାହିଁ।

ଗ୍ରାମାଞ୍ଚଳ ସୀମା ମଧ୍ୟରେ ଆସୁଥିବା କୌଣସି ସପିଂ ମଲ୍‌କୁ ବି ଖୋଲିବା ଲାଗି ଅନୁମତି ଦିଆଯାଇନାହିଁ। ସେହିପରି ଇ-କମର୍ସ କମ୍ପାନୀଗୁଡିକ ପୂର୍ବଭଳି କେବଳ ଜରୁରୀ ସାମଗ୍ରୀ ଯୋଗାଇବେ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଅନ୍ୟପକ୍ଷରେ ମଦ ଦୋକାନ ଖୋଲିବା ଉପରେ କଟକଣାକୁ ବଳବତ୍ତର ରଖାଯାଇଛି।

ହଟସ୍ପଟ୍ ଓ କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ କୌଣସି ପ୍ରକାର ଦୋକାନ ଖୋଲିବ ନାହିଁ। 

ଆଜିଠୁ ସାରା ଦେଶରେ ବିଭିନ୍ନ ଦୋକାନ ଖୋଲିବା ନେଇ ଗତକାଲି ବିଳମ୍ବିତ ରାତିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଜାରି କରିଥିଲେ। ବିଜ୍ଞପ୍ତି ଅନୁସାରେ, ପୌରପାଳିକା ବାହାରେ ଓ ରେସିଡେନସିଆଲ(ଆବାସିକ) ଅଞ୍ଚଳରେ ଥିବା ଦୋକାନ ଗୁଡ଼ିକ ଖୋଲା ରହିବ ବୋଲି କୁହାଯାଇଥିଲା। ମାତ୍ର ଏଥିରେ ଅନେକ ଦ୍ୱନ୍ଦ୍ୱ ସୃଷ୍ଟି ହେବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ ଦିଆଯାଇଛି।

ସୂଚନାଥାଉ କି, ଯେଉଁ ଦୋକାନ ଗୁଡ଼ିକ ଖୋଲା ରହିବ ସେସବୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଦତ୍ତ ଦୋକାନ ଏବଂ ପ୍ରତିଷ୍ଠାନ ନିୟମରେ ପଞ୍ଜୀକୃତ ହୋଇଥିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଦୋକାନ ଗୁଡ଼ିକ ଖୋଲିଲେ ବି ମାନିବାକୁ ପଡ଼ିବ ଏହିସବୁ ସର୍ତ୍ତ…

 

  • ଦୋକାନରେ କେବଳ ୫୦ ପ୍ରତିଶତ କର୍ମଚାରୀ ହିଁ କାର୍ଯ୍ୟ କରିବେ
  • ସାମାଜିକ ଦୂରତା ନିୟମ ପାଳନ କରିବେ।
  • ଦୋକାନରେ କାମ କରୁଥିବା ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

You might also like