ସିବିଆଇର କ୍ଷମତାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସିବିଆଇର ତଦନ୍ତ ପରିସର କ୍ଷମତାକୁ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ରାଜ୍ୟ ସରକାରଙ୍କ ବିନା ଅନୁମତିରେ କେନ୍ଦ୍ର କୌଣସି ରାଜ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବ ନାହିଁ।

କୌଣସି ରାଜ୍ୟରେ ଯଦି ସିବିଆଇ ତଦନ୍ତ ହୁଏ, ସେଥିପାଇଁ ସଂପୃକ୍ତ ରାଜ୍ୟର ସହମତି ଦରକାର।  ନିଜେ ନିଜେ କେନ୍ଦ୍ର ସରକାର ସିବିଆଇର ଯାଞ୍ଚ ପରିସର ବଢ଼ାଇ ପାରିବେ ନାହିଁ ବୋଲି ଉତ୍ତରପ୍ରଦେଶର ଏକ ମାମଲାରେ ସ୍ପଷ୍ଟ ଭାବେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ।

କୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ସେହି ରାଜ୍ୟର ସହମତି ଜରୁରୀ। କେନ୍ଦ୍ର କେବଳ ନିଜ ଇଚ୍ଛାରେ ସେହି ରାଜ୍ୟରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇପାରିବ ନାହିଁ। ଏହି ଆଇନ ଦେଶର ସଂଘୀୟ ବ୍ୟବସ୍ଥାରେ ହୋଇଛି, ଯାହାକି ସମ୍ବିଧାନର ମୂଳ ଢାଞ୍ଚା ବୋଲି କହିଛନ୍ତି ସୁପ୍ରିମକୋର୍ଟ।  ଦିଲ୍ଲୀ ସ୍ପେସାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଅନୁସାରେ ସିବିଆଇ ପରିଚାଳିତ ହୋଇଥାଏ ବୋଲି ସୁପ୍ରିମକୋର୍ଟ ଏହି ଆଇନରେ ଉଲ୍ଲେଖ କରିଛନ୍ତି।

ବିରୋଧୀଙ୍କ ଶାସନ ଥିବା ୮ଟି ରାଜ୍ୟ ରାଜସ୍ଥାନ, ବେଙ୍ଗଲ, ଝାଡ଼ଖଣ୍ଡ, କେରଳ, ମହାରାଷ୍ଟ୍ର, ଛତିଶଗଡ଼, ପଂଜାବ ଓ ମିଜୋରମ କିଛି ବର୍ଷ ଭିତରେ ନିଜ ନିଜ ରାଜ୍ୟରେ ସିବିଆଇ ତଦନ୍ତର ସମ୍ମତି ପ୍ରତ୍ୟାହାର କରି ନେଇଛନ୍ତି।

ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ବିନା କାରଣରେ ହଇରାଣ କରିବାକୁ ସିବିଆଇ ଲଗାଉଥିବା ଅଭିଯୋଗ କରି ଏହି ରାଜ୍ୟଗୁଡ଼ିକ ସିବିଆଇରୁ ସମ୍ମତି ପ୍ରତ୍ୟାହାର କରିଥିଲେ।  ତେଣୁ ସୁପ୍ରିମକୋର୍ଟଙ୍କ ଏହି ରାୟର ବେଶ୍ ଗୁରୁତ୍ୱ ରହିଥିବା କୁହାଯାଉଛି।

You might also like