ତେଜିଲା ‘ଚୀନ ହଟାଓ’ ଅଭିଯାନ; ବାତିଲ ହେଲା ୨୯୦୦ କୋଟି ପ୍ରକଳ୍ପର ଟେଣ୍ଡର

ପାଟନା: ଇଣ୍ଡୋ-ଚାଇନା ବିବାଦ ଉଗ୍ର ରୂପ ନେଉଥିବାବେଳେ  ଚୀନ୍ ମିଳିଛି ଏକ ବଡ଼ ଧକ୍କା । Boycott China Campaignକୁ ଆଉ ପାଦେ ଆଗକୁ ବଢାଇ ବିହାରର ଗଙ୍ଗା ନଦୀ ଉପରେ ଏକ ମେଗା ବ୍ରିଜ୍ ପ୍ରକଳ୍ପ ପାଇଁ ଆସିଥିବା ଟେଣ୍ଡରକୁ ବାତିଲ କରି ଦେଇଛନ୍ତି କେନ୍ଦ୍ର ସରକାର। ଏହି ଟେଣ୍ଡରରେ ଚାଇନା କମ୍ପାନୀଗୁଡିକ ଜଡିତ ଥିବାରୁ କେନ୍ଦ୍ର ଏପରି ଏକ ପଦକ୍ଷେପ ନେଇଛି।

ଏ ସମ୍ପର୍କରେ ସୂଚନା ଦେଇ ଜଣେ ଅଧିକାରୀ କହିଛନ୍ତି,  ପାଟଣାର ଗଙ୍ଗା ନଦୀ ଉପରେ ମହାତ୍ମା ଗାନ୍ଧୀ ସେତୁ ନିକଟରେ ନିର୍ମାଣ ହେବାକୁ ଥିବା ନୂତନ ସେତୁ ପାଇଁ ଟେଣ୍ଡର ବାତିଲ କରାଯାଇଛି। ବିହାର ସଡକ ନିର୍ମାଣ ମନ୍ତ୍ରୀ ନନ୍ଦ କିଶୋର ଯାଦବ ଏହା ମଧ୍ୟ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ ପାଇଁ ମନୋନୀତ ହୋଇଥିବା ଚାରିଜଣ କଣ୍ଟ୍ରାକ୍ଟରଙ୍କ ମଧ୍ୟରୁ ଦୁଇଜଣ ଚାଇନିଜ୍ ଅଂଶୀଦାର ଥିଲେ।

ନନ୍ଦ କିଶୋର ଯାଦବ କହିଛନ୍ତି, “ମହାତ୍ମା ଗାନ୍ଧୀ ସେତୁ ସହ ନିର୍ମାଣ ହେବାକୁ ଥିବା ଏହି ନୂତନ ବ୍ରିଜ୍‌ ପାଇଁ ମନୋନୀତ ହୋଇଥିବା ୪ ଜଣ କଣ୍ଟ୍ରାକ୍ଟରଙ୍କ ମଧ୍ୟରୁ ଦୁଇଜଣ ଚାଇନାର ଅଂଶୀଦାର ଥିଲେ। ଆମେ ସେମାନଙ୍କୁ ଭାଗୀଦାରୀ ପରିବର୍ତ୍ତନ କରିବାକୁ କହିଥିଲୁ, କିନ୍ତୁ ସେମାନେ ରାଜି ହେଲେ ନାହିଁ। ତେଣୁ ଆମେ ଟେଣ୍ଟରକୁ ବାତିଲ କରିଦେଲୁ। ସେତୁ ନିର୍ମାଣ ପାଇଁ ଆମେ ପୁନଃଆବେଦନ କରିଛୁ। ”

ସୂଚନାଥାଉ କି, ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ଥିଲା ୨,୯୦୦ କୋଟିରୁ ଅଧିକ । ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ୫.୬ କିଲୋମିଟର ଲମ୍ବା ସେତୁ, ଅନ୍ୟାନ୍ୟ କ୍ଷୁଦ୍ର ବ୍ରିଜ୍, ଅଣ୍ଡରପାସ୍ ଏବଂ ରେଳ ଓଭରବ୍ରିଜ୍ ଅନ୍ତର୍ଭୁକ୍ତ ଏହି ପ୍ରକଳ୍ପ ପାଇଁ୨, ୯୦୦ କୋଟିରୁ ଅଧିକ ଟଙ୍କାର ଆକଳନ କରାଯାଇଥିଲା।

ଜୁନ୍‌ ୧୫ ତାରିଖରେ ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଚୀନ୍ ସେନାଙ୍କ ବର୍ବର ଆକ୍ରମଣ ପରେ ଏହି ପ୍ରକଳ୍ପ ବାତିଲ କରିବାର ନିଷ୍ପତ୍ତି ନିଆଯାଇଥିଲା। ସୂଚନାଥାଉ କି, ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସେନା ବୀରଗତି ପ୍ରାପ୍ତ ହୋଇଥିବାବେଳେ ୪୦ ଚୀନ ସେନା ନିହତ ହୋଇଥିଲେ।

ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ମଧ୍ୟରୁ  ପାଞ୍ଚଜଣ ଥିଲେ ବିହାରର । ଏହି ଘଟଣା ପରେ ରାଜ୍ୟବାସୀଙ୍କ ମନରେ  ଚୀନ୍ ବିରୋଧୀ ଭାବ ଉଗ୍ର ରୂପ ନେଇଛି।  ଲୋକେ ଚାଇନା ଉତ୍ପାଦ ବନ୍ଦ କରିବା ଏବଂ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ରାଜ୍ୟରୁ ବହିଷ୍କାର କିରବା ପାଇଁ ଆହ୍ୱାନ କରିଛନ୍ତି।

ସୂଚନାଥାଉ କି, ଡିସେମ୍ବର ୧୬, ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ  କେନ୍ଦ୍ର ସରକାରଙ୍କ କ୍ୟାବିନେଟ କମିଟି ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲା । ଅଧିକାରୀମାନେ କହିଛନ୍ତି ଯେ, ପ୍ରସ୍ତାବିତ ସେତୁ ଗଙ୍ଗା ନଦୀ ପାର୍ଶ୍ୱରେ ମହାତ୍ମା ଗାନ୍ଧୀ ସେତୁ ସହିତ ସମାନ୍ତରାଳ ଭାବରେ ନିର୍ମାଣ ହେବ। ଏହା ପାଟନା, ସରନ ଏବଂ ବୈଶାଳୀ ଜିଲ୍ଲାର ଲୋକଙ୍କୁ ସାହାଯ୍ୟ କରିବ।

ମୁଖ୍ୟ ସେତୁ ବ୍ୟତୀତ ଏହି ପ୍ରକଳ୍ପରେ ଚାରୋଟି ଅଣ୍ଡରପାସ୍, ରେଳ ଓଭରବ୍ରିଜ୍, ୧.୫୮ କିମି ଦୀର୍ଘ ଏକ ସେତୁ, ଏକ ଫ୍ଲାଇ ଓଭର, ଚାରୋଟି ସାଧାରଣ ବ୍ରିଜ୍, ପାଞ୍ଚଟି ବସ୍ ଆଶ୍ରୟସ୍ଥଳ ଏବଂ ୧୩ଟି ସଡକ ଜଙ୍କସନ ଅନ୍ତର୍ଭୁକ୍ତ | ଏହି ପ୍ରକଳ୍ପର ନିର୍ମାଣ ସମୟ ସାଢେ ତିନି ବର୍ଷ ରହିଥିଲା ଏବଂ  ଜାନୁୟାରୀ ୨୦୨୩ ସୁଦ୍ଧା ଶେଷ ହେବାର ଥିଲା |

 

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like