ଲକ୍‌ଡାଉନ ଗାଇଡଲାଇନ୍ କୋହଳ କରିପାରିବେନି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ: ଲକ୍‌ଡାଉନ ଗାଇଡଲାଇନ୍ ଖିଲାପ ନେଇ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ କଡ଼ା ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ସଚିବ । ବିପର୍ଯ୍ୟୟ ପରିଚାଳନା ଆଇନ ମୁତାବକ ସମସ୍ତ ରାଜ୍ୟ ଲକଡାଉନ୍ କଟକଣା ମାନିବାକୁ ବାଧ୍ୟ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଚାହିଁଲେ ବି ଏହି ଆଇନକୁ କୋହଳ କରିପାରିବେ ନାହିଁ।

କେନ୍ଦ୍ରର ଗାଇଡଲାଇନକୁ କୌଣସି ରାଜ୍ୟ କୋହଳ କରିପାରିବେ ନାହିଁ। ଲୋକଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଆଇନକୁ ରାଜ୍ୟ ମାନେ ମାନିବାକୁ ବାଧ୍ୟ ବୋଲି ସେ ଚିଠିରେ ଉଲ୍ଲେଖ କରିବା ସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଦ୍ଧୃତ କରିଛନ୍ତି ।କେନ୍ଦ୍ରର ଲକଡାଉନ୍ ଗାଇଡଲାଇନରେ ଅନୁମତି ଦିଆଯାଇନଥିବା କାର୍ଯ୍ୟକଳାପକୁ କିଛି ରାଜ୍ୟ ଅନୁମତି ଦେଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି । ତେଣୁ ସେ ପୁଣି ଥରେ କେନ୍ଦ୍ରର ଗାଇଡ୍ ଲାଇନ କଡ଼କଡ଼ି ପାଳନ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏଠି କହିରଖିବୁ, ଯେଉଁ ଅଞ୍ଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉ ନ ଥିବ ସେହି ଅଞ୍ଚଳରେ ଆଜିଠାରୁ ଲକ୍‌ଡାଉନ ନିମୟ କୋହଳ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିଲେ।

 

You might also like