ତାଗିଦ୍‌ ପରେ ନରମିଲେ ଦିଦି, କରୋନାପ୍ରବଣ ଅଞ୍ଚଳକୁ ଗଲା କେନ୍ଦ୍ରୀୟ ଟିମ୍‌

ନୂଆଦିଲ୍ଲୀ: କେନ୍ଦ୍ରର ତାଗିଦ୍ ପରେ ପଶ୍ଚିମବଙ୍ଗ ଯାଇଥିବା ସେଣ୍ଟ୍ରାଲ ଟିମକୁ ଲକଡାଉନ ଉଲ୍ଲଙ୍ଘନ ଅଭିଯୋଗର ଅନୁଧ୍ୟାନ ଲାଗି ଅନୁମତି ଦେଲା ମମତା ବାନାର୍ଜୀ ପ୍ରଶାସନ। ରାଜ୍ୟକୁ ସେଣ୍ଟ୍ରାଲ ଟିମ୍ ପଠାଯିବା ପଛରେ ମମତା ମନ୍ଦ ଉଦ୍ଦେଶ୍ୟର ଗନ୍ଧ ବାରିବା ସହ ଏହାକୁ କାମ କରିବା ଲାଗି ଅନୁମତି ଦେଇନଥିଲେ। ତେବେ ସେଣ୍ଟ୍ରାଲ ଟିମ୍ କାମରେ ବାଧା ସୃଷ୍ଟି ନକରିବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ରାଜ୍ୟ ସରକାରଙ୍କୁ ତାଗିଦ୍ କରିବା ପରେ ଅନୁଧ୍ୟାନକାରୀ ଟିମକୁ ନିଜ କାମ କରିବାକୁ ଅନୁମତି ଦିଆଯାଇଛି।

କରୋନା ପ୍ରଭାବିତ ୪ ରାଜ୍ୟ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶକୁ କେନ୍ଦ୍ରୀୟ ଟିମ୍ ପଠାଯାଇଛି। ତେବେ ଗୃହମନ୍ତ୍ରୀ ଅମିତ୍ ଶାହ ତାଙ୍କୁ ଫୋନ କରି ଜଣାଇବା ପୂର୍ବରୁ କେନ୍ଦ୍ରୀୟ ଟିମ୍ ଗତକାଲି କୋଲକାତାରେ ପହଞ୍ଚି ଯାଇଥିଲା ବୋଲି ମମତା ଅଭିଯୋଗ କରିଥିଲେ। ଏହା ପ୍ରୋଟୋକଲର ଉଲ୍ଲଙ୍ଘନ ବୋଲି ଦିଦି କହିଥିଲେ।

ପଶ୍ଚିମବଙ୍ଗର କୋଲକାତା, ହାଓ୍ୱଡ଼ା, ଜଲପାଇଗୁଡି, କାଲିମପଙ୍ଗ, ପୂର୍ବ ମେଦିନାପୁର ଓ ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ କରୋନା ସ୍ଥିତି ଅତି ଗୁରୁତର ହେବାକୁ ଯାଉଥିବା ଗତକାଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉଦବେଗ ପ୍ରକାଶ କରିଥିଲା। ଏସବୁ ଜିଲ୍ଲାରେ କେନ୍ଦ୍ରର ଲକଡାଉନ କଟକଣାକୁ କଡ଼ାକଡି ପାଳନ କରାଯାଉନଥିବା ଅଭିଯୋଗ ପରେ ଏହାର ଅନୁଧ୍ୟାନ ଲାଗି କେନ୍ଦ୍ରୀୟ ଟିମକୁ ପଠାଯାଇଥିଲା। ତେବେ ଗଲା ୧୪ ଦିନରେ ଏସବୁ ଜିଲ୍ଲାରେ ଜଣେ ହେଲେବି ରୋଗୀ ଚିହ୍ନଟ ହୋଇନଥିବା ଦିଦି କହିଥିଲେ।

ଆହୁରି ପଢ଼ନ୍ତୁ

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

ଓଡ଼ିଶାର ଏଇ ପ୍ରମୁଖ ସହର ୨ ଦିନ ସଟଡାଉନ୍

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦିନକରେ ଓଡ଼ିଶାରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

୨୪ ଘଣ୍ଟାରେ ୪,୨୦୮ ପଜିଟିଭ୍‌ ଚିହ୍ନଟ, ଓଡ଼ିଶାରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଆଜିଠୁ ଏହି ଜିଲ୍ଲାରେ ୧୫ଦିନ ଯାଏ ରାସ୍ତାକଡ଼ ଫାଷ୍ଟଫୁଡ୍‌ ଦୋକାନ ବନ୍ଦ

ଆଜି ରାଜ୍ୟରେ ସୁସ୍ଥ ହେଲେ ୩୭୭୯ କରୋନା ଆକ୍ରାନ୍ତ

‘କରୋନା ପାଇଁ ମନଇଚ୍ଛା ଔଷଧ ଖାଆନ୍ତୁନି, ନଚେତ୍…’

ଭୁବନେଶ୍ୱରରୁ ଆଜି ୩୪୯ କରୋନା ଆକ୍ରାନ୍ତ ଚିହ୍ନଟ

You might also like