ଏହି ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

କମୁଛି ସଂକ୍ରମଣ?

ନୂଆଦିଲ୍ଲୀ: ଦେଶର ୫ ରାଜ୍ୟରେ କମୁଛି ଆକ୍ରାନ୍ତ ସଂଖ୍ୟା। କରୋନାରେ ସର୍ବାଧିକ ପ୍ରଭାବିତ ୫ ରାଜ୍ୟରେ କମୁଛି ଆକ୍ରାନ୍ତଙ୍କ ସଂଖ୍ୟା। ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତର ପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ କରୋନା କମୁଥିବା ବେଳେ କର୍ଣ୍ଣାଟକ, ପଶ୍ଚିମବଙ୍ଗ ଏବଂ ବିହାରରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ବଢୁଥିବା ମଧ୍ୟ ଜଣାପଡିଛି। ୧୨ଟି ରାଜ୍ୟରେ ଆକ୍ଟିଭ୍‌ କେସ୍ ସଂଖ୍ୟା ୧ ଲକ୍ଷରୁ ଅଧିକ ରହିଛି। ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ୟୁପି, ଆନ୍ଧ୍ରରେ ଦେଢ ଲକ୍ଷ ଆକ୍ଟିଭ୍‌ କେସ୍ ରହିଛି। ଗତ ସପ୍ତାହକ ମଧ୍ୟରେ ବେଙ୍ଗଲୁରୁରେ ଦେଢଲକ୍ଷ ଆକ୍ରାନ୍ତ ବାହାରିଛନ୍ତି। ସେହିପରି କୋଝିକୋଡ଼, ଏର୍ଣ୍ଣାକୁଲମ, ଗୁରୁଗ୍ରାମରେ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି। କରୋନା ସ୍ଥିତି ନେଇ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଲବ୍ ଅଗ୍ରୱାଲ।

ତେବେ ଦେଶରେ କରୋନାର ଲହର ଏବେ ବି ଜାରି ରହିଛି । ଆଜି ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩, ୭୮୦ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଆଜିର ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬ ଲକ୍ଷ ୬୫ ହଜାର ୧୪୮କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ବର୍ତ୍ତମାନ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୨୬ ହଜାର ୧୮୮ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ୩୪, ୮୭,୨୨୯ ରହିଛି ଯାହା ମୋଟ ମାମଲାର ୧୬.୮୭ ପ୍ରତିଶତ । ସେହିପରି ସୁସ୍ଥ ହୋଇ ଫେରିଛନ୍ତି ୮୨.୦୩ ପ୍ରତିଶତ ଅର୍ଥାତ୍‌ ୧, ୬୯.୫୧,୭୩୧ । ଦେଶରେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୪ ଲକ୍ଷ ୯୪ ହଜାର ୧୮୮ ଡୋଜ୍‌ ଟିକାକରଣ ହୋଇସାରିଛି । ସେହିପରି ମୃତ୍ୟୁହାର ହ୍ରାସ ପାଇ ୧.୦୯ରେ ପହଞ୍ଚିଛି ।

ଏପଟେ, ରାଜ୍ୟରେ ମଧ୍ୟ ଗତକାଲି ଅପେକ୍ଷା ଆଜି କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଛି। ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ମୁହାଁ । ଗତ ୨୪ ଘଂଟାରେ ୯୮୮୯  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ମାମଲା ଚିହ୍ନଟ ହୋଇଛି । ସେହିପରି ସୁନ୍ଦରଗଡରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଯାଇଛି । ଦିନକରେ ସୁନ୍ଦରଗଡରେ ୧ ହଜାର ୧୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୭୯୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ଟି ଜିଲ୍ଲାରେ ସଂକ୍ରମଣ ୪ଶହ ଉପରେ ରହିଛି । ଅନୁଗୁଳ ୪୪୩, ପୁରୀ ୪୩୬ ଓ କଳାହାଣ୍ଡିରୁ ୪୧୪ ନୂଆ ମାମଲା ଆସିଛି । ଝାରସୁଗୁଡା ୩୮୬, ନୂଆପଡା ୩୩୫,  ବଲାଙ୍ଗିର ୩୨୬, ଗଂଜାମ ୩୧୦, ଯାଜପୁର ୨୮୨,  ବରଗଡରୁ ୪୮୩, ସମ୍ବଲପୁର ୪୭୦,, ମୟୂରଭଂଜ ୨୪୩ ଓ ନୟାଗଡରୁ ୨୨୩ ଜଣଙ୍କ ରିପୋର୍ଟ ପଜିଟିଭ ଚିହ୍ନଟ ହୋଇଛି ।

You might also like