ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା!

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ମୋଦି ସରକାର ବଡ଼ ଘୋଷଣା କରିବାକୁ ଯାଉଛନ୍ତି। ଦୀର୍ଘଦିନରୁ ଦରମା ବୃଦ୍ଧି ପାଇଁ କେନ୍ଦ୍ରୀୟ କର୍ମଚାରୀମାନେ ଯେଉଁ ଦାବି କରୁଥିଲେ, ତାହା ଚଳିତ ମାସରେ ପୂରଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ କର୍ମଚାରୀମାନେ ସେମାନଙ୍କ ଡିଅରନେସ ଆଲାଉନ୍ସ (ଡିଏ) ବୃଦ୍ଧି ହେବ ବୋଲି ଆଶା ରଖିଛନ୍ତି।

ଜାନୁଆରୀ ୨୦୧୯ରୁ କେନ୍ଦ୍ରୀୟ କର୍ମଚାରୀମାନେ ଡିଏ ବାବଦରେ ୧୨% ଅର୍ଥ ପାଉଛନ୍ତି। ଏବେ ବର୍ଷର ଦ୍ୱିତୀୟ ଭାଗରେ ସେମାନଙ୍କ ଡିଏ ଆଉ ୫% ବୃଦ୍ଧି ପାଇବ ବୋଲି ସେମାନେ ଆଶା କରୁଛନ୍ତି।

ପୂର୍ବରୁ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଡିଏ ହାର ବୃଦ୍ଧି ସମ୍ପର୍କରେ ଘୋଷଣା କରିବେ ବୋଲି ସୂଚନା ମିଳିଥିଲା। କିନ୍ତୁ ଏବେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଚଳିତ ମାସରେ ହିଁ କେନ୍ଦ୍ର ସରକାର ନିଜ କର୍ମଚାରୀଙ୍କୁ ଖୁସି କରିବା ଭଳି କିଛି ଘୋଷଣା କରିବେ। ଯଦି କେନ୍ଦ୍ର ସରକାର ୫% ଡିଏ ବୃଦ୍ଧି କରନ୍ତି, ତା’ହେଲେ ୧୮ ହଜାର ଟଙ୍କା ଦରମା ପାଉଥିବା କର୍ମଚାରୀଙ୍କ ଦରମାରେ ଆଉ ୯୦୦ ଟଙ୍କା ଯୋଡ଼ି ହେବ।

ସେହିପରି ୧୯,୯୦୦ ଟଙ୍କା ପାଉଥିବା କର୍ମଚାରୀଙ୍କ ଖାତାରେ ୯୯୫ ଟଙ୍କା, ୨୧,୭୦୦ ଟଙ୍କା ପାଉଥିଲେ ୧,୦୮୫ ଓ ୨୫,୫୦୦ ଟଙ୍କା ପାଉଥିବା କର୍ମଚାରୀଙ୍କ ଦରମାରେ ୧,୨୭୫ ଟଙ୍କା ଯୋଡ଼ି ହେବ। ଏହା କେବଳ ଏକ ଆକଳନ। କେନ୍ଦ୍ର ସରକାର କାର୍ଯ୍ୟ ଦକ୍ଷତା ଓ କାର୍ଯ୍ୟ କରିବାର ସମୟସୀମାକୁ ଦେଖି ମଧ୍ୟ କର୍ମଚାରୀଙ୍କ ଦରମା ବୃଦ୍ଧି କରିପାରନ୍ତି।

ଆହୁରି ପଢ଼ନ୍ତୁ

ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ଭୟଙ୍କର ସଡ଼କ ଦୁର୍ଘଟଣା, ଚାଲିଗଲା ୭ ଜୀବନ

ଅଯୋଧ୍ୟା ବିବାଦ: ମୁସଲିମ୍‌ ପକ୍ଷ କହିଲେ ଜମି ନେବୁ ତ ସେଇଠି

ବିଜେପି, ଶିବସେନା କଳିକୁ ନେଇ ଏମିତି କହିଲେ ଅମିତ ଶାହ

୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେବ RTI ପରିସରଭୁକ୍ତ

You might also like