‘କରୋନା’ର ଅପଡେଟ୍ ସୂଚନା ଦେବ ଏହି ହ୍ୱାଟ୍ସଆପ ନମ୍ବର
ନୂଆଦିଲ୍ଲୀ: ଭୟଭୀତ ନ ହୋଇ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏନେଇ ସରକାରଙ୍କ ପକ୍ଷରୁ ଜାରି ହୋଇଛି ହ୍ୱାଟ୍ସ ଆପ ନମ୍ବର। କରୋନା ମୁକାବିଲା ସତର୍କତାମୂଳକ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ MyGov Corona Helpdesk ପକ୍ଷରୁ ଜାରି ହୋଇଥିବା ହ୍ୱାଟ୍ସ ଆପ୍ ନମ୍ବର ହେଉଛି ୯୦୧୩୧୫୧୫୧୫।
କେନ୍ଦ୍ର ସରକାରଙ୍କ ହେଲ୍ପ ଡେସ୍କକୁ ଆପଣ ଏହି ନମ୍ବରରେ ହ୍ୱାଟସ ଆପ୍ କରିପାରିବେ। ୨୪ ଘଣ୍ଟା ମେଡିକାଲ ସେବା ଯୋଗାଇ ଦିଆଯିବ ଉଲ୍ଲେଖ ରହିଛି। କରୋନା ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଭୟଭୀତ ହୁଅନାହିଁ ବୋଲି ସରକାର ନିବେଦନ କରିଛନ୍ତି।
Prepare, Don’t Panic: Government launches MyGov Corona Helpdesk on WhatsApp for alerting citizens & disseminating information.
Citizens can now send ‘Hi’ on WhatsApp to +91 9013151515 and get automated responses to queries related to Coronavirus. #IndiaFightsCorona pic.twitter.com/6gZZvDVM0g
— Piyush Goyal (@PiyushGoyal) March 20, 2020
ଏହାସହ ନାଗରିକଙ୍କୁ କରୋନା ସମ୍ପର୍କିତ ସଚେତନ ଓ ସୂଚନାର ପ୍ରସାର ନେଇ ଏହି ହ୍ୱାଟ୍ସ ନମ୍ୱର ସହାୟକ ହେବ ବୋଲି ରେଳମନ୍ତ୍ରୀ ପିୟୂଷ ଗୋୟଲ ଟ୍ୱିଟ ଯୋଗେ କହିଛନ୍ତି। ଏହି ନମ୍ବରରେ Hi ମେସେଜ କଲେ ସ୍ୱୟଂଚାଳିତ ଭାବେ କରୋନା ସମ୍ପର୍କିତ ପ୍ରଶ୍ନ ଆପଣଙ୍କ ନିକଟକୁ ଆସିବ।