ଇଲେକଟ୍ରୋନିକ୍ସ ଉତ୍ପାଦନ ପାଇଁ ୩ ବଡ଼ ଯୋଜନା
ନୂଆଦିଲ୍ଲୀ: ଦେଶରେ ଇଲେକଟ୍ରୋନିକ୍ସ ଉତ୍ପାଦନ ବୃଦ୍ଧି ପାଇଁ ୫୦ ହଜାର କୋଟି ଟଙ୍କାର ୩ଟି ବଡ଼ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଉତ୍ପାଦନ କ୍ଷେତ୍ରରେ ବୃଦ୍ଧି ଘଟାଇବା ସହ ନିବେଶକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଏହି ଯୋଜନାର ଆରମ୍ଭ କରାଯାଇଛି। ପ୍ରଡକସନ ଲିଙ୍କଡ ଇନସେଣ୍ଟିଭ ସ୍କିମ୍ ଅନ୍ତର୍ଗତ ଭାରତରେ ଉତ୍ପାଦିତ ଇଲେକଟ୍ରୋନିକ୍ସ ସାମଗ୍ରୀର ବିକ୍ରୀ ଉପରେ ୪ରୁ ୬ ପ୍ରତିଶତ ଯାଏଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ରହିଛି।
ସେହିଭଳି କମ୍ପୋନେଣ୍ଟ ମାନୁଫାକଚରିଂ ସ୍କିମରେ ନିର୍ଦ୍ଧାରିତ ଇଲେକଟ୍ରୋନିକ୍ ସାମଗ୍ରୀ ଉତ୍ପାଦନର ମୂଳ ପୁଞ୍ଜି ଉପରେ ୨୫ ପ୍ରତିଶତ ଇନସେଣ୍ଟିଭ ମିଳିବାର ବ୍ୟବସ୍ଥା କରାଯାଇଛି।
ସେହିଭଳି ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା ଉଦ୍ଦେଶ୍ୟରେ ମୋଡିଫାଏଡ୍ ଇଲେକଟ୍ରୋନିକ୍ ମାନୁଫାକଚରିଂ କ୍ଲଷ୍ଟର ସ୍କିମ ଘୋଷଣା କରିଛନ୍ତି କେନ୍ଦ୍ର ଇଲେକଟ୍ରୋନିକ୍ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ।
ଏହି ସ୍କିମ ଜରିଆରେ କେନ୍ଦ୍ର ସରକାର ମୋବାଇଲ ଫୋନ, ଏହାର ପାର୍ଟସ ଏବଂ ଅନ୍ୟ ଆନୁଷାଙ୍ଗିକ ସାମଗ୍ରୀର ବ୍ୟବସାୟ ୨୦୨୫ ସୁଦ୍ଧା ୧୦ ଲକ୍ଷ କୋଟିରେ ପହଞ୍ଚାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।