କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ନୂଆଦିଲ୍ଲୀ:  କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ପାଇଁ ଏକ ଖୁସି ଖବର।

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନ୍‌ସନ୍‌ଧାରୀଙ୍କ ୪% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର କ୍ୟାବିନେଟ୍‌ ଆଜି ଏହାକୁ ଅନୁମୋଦନ କରିଛି।

୪ ପ୍ରତିଶତ ଭତ୍ତା ବୃଦ୍ଧି ହେଲେ କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା ୭୨୦ ରୁ ୧୦,୦୦୦ ଟଙ୍କା ମଧ୍ୟରେ ବୃଦ୍ଧି ପାଇବ। ଚଳିତ ମାସ ଏହି ଟଙ୍କା ମିଳିବ।

ସୂଚନାଥାଉ କି, ବର୍ଷକୁ ୨ ଥର ମହଙ୍ଗା ଭତ୍ତା ଘୋଷଣା କରାଯାଏ। ପ୍ରତିବର୍ଷ ଜାନୁଆରୀରୁ ଜୁନ୍‌ ଓ ଜୁଲାଇରୁ ଡିସେମ୍ବର ମଧ୍ୟ ଘୋଷଣା କରାଯାଏ।

You might also like