ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା।

ଏହି ଯୋଜନାକୁ ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ବିଭିନ୍ନ ରାଜ୍ୟର ୧୧୬ ଜିଲ୍ଲାରେ ପ୍ରଥମେ ଗରିବ କଲ୍ୟାଣ ରୋଜଗାର ଯୋଜନା ଆରମ୍ଭ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ପ୍ରାୟ ୫୦ ହଜାର କୋଟି ଟଙ୍କା ଏହି ଯୋଜନାରେ ବିନିଯୋଗ କରାଯିବ। କାମ ହରାଇଥିବା ଶ୍ରମିକଙ୍କୁ ପ୍ରାୟ ୨୫ ପ୍ରକାର କାମ ଦିଆଯିବ। ଓଡ଼ିଶା ସମେତ ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ରାଜସ୍ଥାନରେ ପ୍ରଥମେ ଏହାକୁ ଲାଗୁ କରାଯିବ।

You might also like