୮୪ ଦିନ ପରିବର୍ତ୍ତେ ୨୮ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନେଇପାରିବେ ବିଦେଶ ଯାଉଥିବା ଯାତ୍ରୀ

କେନ୍ଦ୍ର ସରକାରଙ୍କ ନୂଆ ଏସଓପି

ନୂଆଦିଲ୍ଲୀ : ବିଦେଶ ଯାଉଥିବା ଯାତ୍ରୀଙ୍କ ପାଇଁ ଏସଓପିରେ ପରିବର୍ତ୍ତନ । ୨୮ ଦିନ ପରେ କୋଭିସିଲ୍ଡର ଦ୍ୱିତୀୟ ଡୋଜ ନେଇପାରିବେ ବିଦେଶ ଯାଉଥିବା ଯାତ୍ରୀ  । କେନ୍ଦ୍ର ସରକାର ବିଦେଶ ଯାଉଥିବା ଛାତ୍ରଛାତ୍ରୀ ଓ ଲୋକଙ୍କୁ ଆଶ୍ୱସ୍ତି ପ୍ରଦାନ କରି କରୋନା ଭ୍ୟାକ୍ସିନ ନିମୟରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ସୋମବାର ଏକ ବିସ୍ତୃତି ଗାଇଡଲାଇନ୍ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ଯଦି କୌଣସି ବ୍ୟକ୍ତି ବିଦେଶ ଯାତ୍ରା କରନ୍ତି, କୋଭିସିଲ୍ଡର ଦ୍ୱିତୀୟ ଡୋଜ ୨୮ ଦିନ ପରେ କେବେ ବି ନେଇପାରିବେ । ବର୍ତ୍ତମାନ ବିଦେଶ ଯାତ୍ରା କରୁଥିବା ଲୋକଙ୍କୁ ୮୪ ଦିନ ପରେ ଦ୍ୱିତୀୟ ଡୋଜ୍ ଦେବାର ନିୟମ ରହିଛି ।

ବିଦେଶ ଯାତ୍ରା ପାଇଁ କୋଭିସିଲ୍ଡ ଭ୍ୟାକ୍ସିନ୍ ନେଇଥିବା ଲୋକଙ୍କୁ ଭ୍ୟାକ୍ସିନେସନ୍ ପ୍ରମାଣପତ୍ର ଦିଆଯିବ ବୋଲି କେନ୍ଦ୍ର ସରକାରଙ୍କ ଏସଓପିରେ କୁହାଯାଇଛି । ଭ୍ୟାକ୍ସିନେସନ୍ ସାର୍ଟିଫିକେଟରେ ପାସପୋର୍ଟ ନମ୍ବର ରହିବା ବାଧ୍ୟତାମୂଳକ । ଏହି ସୁବିଧା ୧୮ ବର୍ଷ ବୟସରୁ ଉର୍ଦ୍ଧ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ , ଯେଉଁମାନେ ୩୧ ଅଗଷ୍ଟ ମଧ୍ୟରେ ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି । ବିଦେଶ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁବ୍ ଶୀଘ୍ର କୋୱିନ୍ ପ୍ଲାଟଫର୍ମରେ ବିଶେଷ ବ୍ୟବସ୍ଥା ଉପଲବ୍ଧ ହେବ ବୋଲି ନୂତନ ଏସଏଓପିରେ କୁହାଯାଇଛି ।

କାହା ପାଇଁ ଏହି ନୂତନ ବ୍ୟବସ୍ଥା:
– ବିଦେଶକୁ ପଢ଼ିବା ପାଇଁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ବ୍ୟବସ୍ଥା ହୋଇଛି
– ସେହିପରି ବିଦେଶ କାମ କରିବାକୁ ଯାଉଥିବା ଲୋକ
– ଆଥଲେଟ୍, କ୍ରୀଡା ବ୍ୟକ୍ତିବିଶେଷ, ଟୋକିଓ ଅଲିମ୍ପିକ୍ ଗେମ୍ସରେ ଯୋଗଦେବାକୁ ଯାଉଥିବା କର୍ମଚାରୀ
-ନୂତନ ବ୍ୟବସ୍ଥା ଅନୁଯାୟୀ କୋଭିସିଲ୍ଡର ଦୁଇଟି ଡୋଜ ମଧ୍ୟରେ ଅତି କମରେ ୮୪ ଦିନ (୧୨-୧୬ ସପ୍ତାହ) ବ୍ୟବଧାନ ରହିବା ବାଧ୍ୟତାମୂଳକ

ସେପଟେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ମାଗଣା ଟିକା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ୧୮ ବର୍ଷରୁ ଅଧିକ ସମସ୍ତଙ୍କୁ ମାଗଣାରେ ଟିକା ଦେବାକୁ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ସରକାରଙ୍କୁ ମାଗଣାରେ ଟିକା ଯୋଗାଇବ କେନ୍ଦ୍ର। ଜୁନ୍ ୨୧ ସୋମବାର ଠାରୁ ସମସ୍ତଙ୍କୁ ମାଗଣାରେ ଟିକା ଦେବ କେନ୍ଦ୍ର। ଉତ୍ପାଦିତ ଟିକାର ୭୫% ରାଜ୍ୟମାନଙ୍କୁ ଯୋଗାଇବ କେନ୍ଦ୍ର। ଯେଉଁମାନେ ଚାହିଁବେ ଟଙ୍କା ଦେଇ ଟିକା ନେଇପାରିବେ। ଟଙ୍କା ଦେଇ ଘରୋଇ ହସ୍ପିଟାଲରୁ ଟିକା ଲୋକେ ନେଇପାରିବେ। ଘରୋଇ ହସ୍ପିଟାଲ ୧୫୦ ଟଙ୍କା ସର୍ଭିସ ଚାର୍ଜ ନେଇ ଟିକା ଦେବେ ବୋଲି ମୋଦି କହିଛନ୍ତି।

You might also like