• translate
Chandan Shishu

ନୂଆଦିଲ୍ଲୀ: ଦେଶରେ ପୁଣି ବେକାବୁ ହେବାକୁ ବସିଲାଣି କରୋନା ! ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଜାମ୍ମୁ ଓ କାଶ୍ମୀର , ଏହି ୧୦ ରାଜ୍ୟରେ ପୁଣି ନିୟନ୍ତ୍ରଣ ବାହାରକୁ କରୋନା ଯାଇପାରେ। ସଂକ୍ରମଣ ରୋକିବାକୁ ଏହି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କେନ୍ଦ୍ରୀୟ ଟିମ୍ ନିୟୋଜିତ ହୋଇଛି। ଇତି ମଧ୍ୟରେ କରୋନା ଯୋଗୁଁ ମାର୍ଚ୍ଚ ମାସ ପାଇଁ କେନ୍ଦ୍ର ଗାଇଡଲାଇନ ଜାରି କରିଛି।

  • କଣ୍ଟେନମେଣ୍ଟ, ସର୍ଭେଲାନ୍ସ ପାଇଁ ଥିବା ନିୟମ ମାସେ ବଢ଼ିଲା।
  • ନିୟମ କଡ଼ାକଡ଼ି ପାଳନ ପାଇଁ ସବୁ ରାଜ୍ୟ ଓ ୟୁଟିକୁ କେନ୍ଦ୍ରର ନିର୍ଦ୍ଦେଶ।
  • ମହାମାରୀକୁ ସଂପୂର୍ଣ୍ଣ ଦୂରେଇବା ପାଇଁ ନିୟମ କଡ଼ାକଡ଼ିକୁ ଗୁରୁତ୍ୱ।
  • କରୋନା ସଂକ୍ରମଣ ଚେନ୍ ଭାଙ୍ଗିବା ସହ ଟିକାକରଣ ବୃଦ୍ଧି ପାଇଁ ନିର୍ଦ୍ଦେଶ।

ଦୈନିକ ଚିହ୍ନଟ ହେଉଥିବା କରୋନା ରୋଗୀଙ୍କ ତାଲିକା ଦେଖିଲେ ଭାରତର ସ୍ଥାନ ବିଶ୍ୱରେ ୪ର୍ଥରେ ରହିଛି। ଏକ ସପ୍ତାହ ପୂର୍ବରୁ ଟପ୍‌-୧୦ ଦେଶ ତାଲିକାରେ ଭାରତ ୧୦ମ ସ୍ଥାନରେ ଥିଲା। ମାତ୍ର ଚଳିତ ସପ୍ତାହରେ ଦେଶରେ ଏତେମାତ୍ରାରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ଯଦ୍ୱାରା ଭାରତ ସ୍ଥାନ ଉପରକୁ ଉଠିଛି। ଦୈନିକ ଭାରତରେ ୧୩ ହଜାରରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି।

ଦେଶରେ କରୋନା ସଂକ୍ରମଣ ଦିନକୁ ବଢିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ରରେ ରେକର୍ଡ ସଂଖ୍ୟାକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଗୁରୁବାର ମହାରାଷ୍ଟ୍ରରୁ ସର୍ବାଧିକ ୮, ୭୦୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ  ଦେଶରେ ୧୬ ହଜାର ୫୭୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ୧୨୦ ରୋଗୀଙ୍କର ଜୀବନ ଯାଇଛି।

 

 

Other Stories