ଆସନ୍ତା ନିର୍ବାଚନରେ ଇଭିଏମ୍ ଓ ଭିଭିପ୍ୟାଟ୍‌ର ବ୍ୟବହାର ହେବ : ସିଇସି

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନରେ ଇଲେକ୍ଟ୍ରୋନିକ୍ସ ଭୋଟିଂ ମେସିନ୍-ଇଭିଏମ୍ ଓ ଭିଭିପ୍ୟାଟ୍‌ର ହିଁ ବ୍ୟବହାର କରାଯିବ। ଆଜି ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା।

ସେ କହିଛନ୍ତି, ଭୋଟ୍ ଗ୍ରହଣ ପାଇଁ ପୁରୁଣା କାଳିଆ ଢାଞ୍ଚାରେ ବାଲାଟ ପେପର ଗ୍ରହଣ କରିହେବନି। ଇଭିଏମ୍‌କୁ ନେଇ ବିଭିନ୍ନ ହ୍ୟାକର୍ ଏବଂ ରାଜନୈତିକ ଦଳ ଉଠାଉଥିବା ସବୁ ପ୍ରକାର ଚାଲେଂଜକୁ ଗ୍ରହଣ କରିବାକୁ ପ୍ରସ୍ତୁତ। କିନ୍ତୁ  ଇଭିଏମ୍ ଓ ଭିଭିପ୍ୟାଟ୍‌ରେ ହିଁ ଭୋଟ୍ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ସିଇସି।

You might also like