ବର୍ଷେ ଯାଏ ଦିନକର ଦରମା ଦାନ କରିବେ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ: ଦେଶରେ କରୋନା ମୁକାବିଲା ପାଇଁ ଆଉ ଏକ ସହଯୋଗର ହାତ ବଢାଇଲେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ବିପିନ୍ ରାଓ୍ୱତ। ସେ ପିଏମ୍ କେୟାର୍ସ  ଫଣ୍ଡକୁ ଆସନ୍ତା ୧୨ ମାସ ଯାଏଁ ନିଜ ଦରମାରୁ ୫୦ ହଜାର ଟଙ୍କା ଲେଖାଏଁ ଦାନ କରୁଛନ୍ତି।

ମାର୍ଚ୍ଚ ମାସରେ ତାଙ୍କ ଦରମାରୁ ୫୦ ହଜାର ଟଙ୍କା କାଟିବା ପାଇଁ ସେ ସରକାରଙ୍କୁ ଚିଠି ଲେଖିଥିଲେ। ଚିଠି ଲେଖିବା ପରେ ଏପ୍ରିଲ୍ ମାସରୁ ୫୦ ହଜାର ଟଙ୍କା ଲେଖାଏଁ ପିଏମ୍ କେୟାର୍ସ ଫଣ୍ଡକୁ ଟ୍ରାନ୍ସଫର ହେଉଛି।

ଏହାସହ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ ପୂର୍ବରୁ ଗୋଟିଏ ଦିନର ଦରମା ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରୁଛନ୍ତି। ୩ ସେନାର ଅନ୍ୟ ଡିଫେନ୍ସ ପର୍ସନାଲଙ୍କ ସହ ସେ ଗୋଟିଏ ଦିନର ଦରମା ଗୋଟିଏ ବର୍ଷ ପାଇଁ ଦାନ କରୁଛନ୍ତି।

You might also like