• translate
Satyendu Shekher Mishra

ନୂଆଦିଲ୍ଲୀ: ବାତିଲ ହେଲା CBSE ଦ୍ୱାଦଶ ପରୀକ୍ଷା । ଦେଶର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ପରେ ଏହି ଘୋଷଣା କରାଯାଇଛି ।

ଆଜି ଏହି ସିବିଏସଇ ପରୀକ୍ଷା ନେଇ ବରିଷ୍ଠ ମନ୍ତ୍ରୀ, ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା ବୈଠକ କରିଥିଲେ । ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ସମ୍ଭବ କି ନୁହେଁ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସମସ୍ତଙ୍କର ମତାମତ ନିଆଯାଇଥିଲା । ଶେଷ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ହେଲା ।

ତେବେ ପୂର୍ବରୁ CBSE ଦଶମ ପରୀକ୍ଷା ବାତିଲ ଘୋଷଣା ହୋଇସାରିଛି । ପିଲାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବୈଠକରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଲାଗି ରହିଥିବା ଦ୍ୱନ୍ଦ୍ୱର ସମାପ୍ତି ହେବା ଦରକାର ବୋଲି ମଧ୍ୟ କହିଥିଲେ ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ମଧ୍ୟ ରଖିଛନ୍ତି ସରକାର । ରେଜଲ୍ଟ ପ୍ରକାଶ ପାଇଁ ବ୍ୟବସ୍ଥା କରିବ ସିବିଏସ୍ଇ । ନିର୍ଦ୍ଧାରିତ ସମୟ ମଧ୍ୟରେ ଉଚିତ ବ୍ୟବସ୍ଥା କରି ରେଜଲ୍ଟ ପ୍ରକାଶ କରିବ । ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ପରୀକ୍ଷା ଦେଇ ପାରିବେ । ସ୍ଥିତି ସ୍ବାଭାବିକ ହେଲେ ପରୀକ୍ଷା ଦେଇପାରିବେ ଆଗ୍ରହୀ ଛାତ୍ରଛାତ୍ରୀ ।

Other Stories