ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ନେଇ CBSE ଦେଲା ସୂଚନା; ଲକ୍‌ଡାଉନ ପରେ ହୋଇପାରେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ଭାଇରସ ଲକ୍‌ଡାଉନ ସମୟରେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ (CBSE) ପକ୍ଷରୁ ଏକ ବଡ ସୂଚନା ମିଳିଛି। ଲକ୍‌ଡାଉନ ଖୋଲିବା ପରେ ବାକି ଥିବା ବିଷୟର ପରୀକ୍ଷା କରାଯିବ ।

CBSEର ପକ୍ଷରୁ କୁହାଯାଇଛି, ଲକଡାଉନ ଉଠିବା ପରେ ହିଁ ବାକି ଥିବା ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହେବ। ପରୀକ୍ଷାର  ୧୦ ଦିନ ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଏ ବିଷୟରେ ଅବଗତ କରାଯିବ ।

 ସିବିଏସ୍ଇ ଆଞ୍ଚଳିକ ମୁଖ୍ୟ ଟି. ମାଟେଙ୍କ ସୂଚନା ଅନୁଯାୟୀ,  ଲକ୍‌ଡାଉନ୍ ହଟିବା ପରେ ସିିବିଏସ୍ଇ ଅବଶିଷ୍ଟ ପରୀକ୍ଷା ନେଇ ନିଷ୍ପତ୍ତି ହେବ। କେଉଁ ତାରିଖରେ କେଉଁ ବିଷୟର ପରୀକ୍ଷା ହେବ ସେ ନେଇ ଚୂଡ଼ାନ୍ତ ନିଷ୍ପତ୍ତି କରାଯିବା ପରେ ଏନେଇ ସୂଚନା ଦିଆଯିବ ବୋଲି ସେ କହିଛନ୍ତି।

ତେଣୁ ପରୀକ୍ଷା ନେଇ ଛାତ୍ରଛାତ୍ରୀ ନିଜକୁ ପ୍ରସ୍ତୁତ କରନ୍ତୁ। ଏହାସହ ପରୀକ୍ଷା ବେଳେ ସାମାଜିକ ଦୂରତାକୁ ବିଶେଷ ଭାବେ ଧ୍ୟାନରେ ରଖାଯିବ ବୋଲି ସେ କହିଛନ୍ତି।

ଆଜି ସିବିଏସ୍ଇ ମଧ୍ୟ ଏନେଇ ଟ୍ୱିଟ୍ କରି ପରୀକ୍ଷା ତାରିଖ ନେଇ ହେଉଥିବା ବିଭିନ୍ନ ଚର୍ଚ୍ଚାକୁ ଖଣ୍ଡନ କରିଛି।  ମାର୍ଚ୍ଚ ୨୦ରେ ଦଶମ ଓ ମାର୍ଚ୍ଚ ୩୦ରେ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସରିଥାନ୍ତା। ତେବେ ଲକ୍‌ଡାଉନ୍ ଯୋଗୁ ଏହି ସବୁ ପରୀକ୍ଷା ଏବେ ସ୍ଥଗିତ ରହିଛି।

 

ଆହୁରି ପଢ଼ନ୍ତୁ

ପରଲୋକରେ ରେଳ ରାଷ୍ଟ୍ରମନ୍ତ୍ରୀ

ଫେଲ୍ ମାରିଲା ପାକିସ୍ତାନର ହୀନ ଉଦ୍ୟମ

ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ ତଳେ ମୃତଦେହ ଲୁଚାଇଥିଲେ ପତ୍ନୀ, ଗନ୍ଧ ବାହାରିବାରୁ…

‘ନେତା କୈସା ହୋ.. ବାଇଡେନ ଜୈସା ହୋ’-ଏମିତି ଚାଲିଛି ଆମେରିକାରେ ନିର୍ବାଚନ ପ୍ରଚାର

ନେପାଳ ପର୍ବତାରୋହୀଙ୍କ ପରଲୋକ; ୧୦ ଥର ମାଉଣ୍ଟ ଏଭରେଷ୍ଟ ଚଢି ରେକର୍ଡ କରିଥିଲେ

ଭଲ୍ୟୁଣ୍ଟାରୀ ରିଟାୟାରମେଣ୍ଟ ନେଲେ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ, ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ଚାଇନା ରାଷ୍ଟ୍ରପତିଙ୍କୁ ନିନ୍ଦା କଲେ ଦଣ୍ଡ ୧୮ ବର୍ଷ ଜେଲ

୨୦୧୫ରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ୫୦୦ କୋଟିରୁ ଅଧିକ ଟଙ୍କା

ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ପଡ଼ିଲା ଆଳୁ, ପିଆଜ, ଡାଲି

କେବେଠୁ ହେବ ୟୁଜି ଓ ପିଜି କ୍ଲାସ? ଜାଣନ୍ତୁ…

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

୨୮ରୁ ଏହି ରାଜ୍ୟରେ ଖୋଲିବ ସ୍କୁଲ

You might also like