ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏମିତି ହେବ ମୂଲ୍ୟାଙ୍କନ; ଜୁଲାଇ ୧୫ରେ ରେଜଲ୍ଟ

ନୂଆଦିଲ୍ଲୀ: ଚଳିତ ବର୍ଷ ସିବିଏସ୍‌ଇର ବାକି ଥିବା ପରୀକ୍ଷା ଜୁଲାଇ ପ୍ରଥମାର୍ଦ୍ଧରେ ହେବାକୁ ଥିବା ବେଳେ ଏହାକୁ ରଦ୍ଦ କରି ଦେଇଛି ବୋର୍ଡ। ଜୁଲାଇ ୧୫ ତାରିଖରେ ପରୀକ୍ଷା ବିନା ପିଲାଙ୍କ ରେଜଲ୍ଟ ପ୍ରକାଶ କରିବ ବୋଲି ଆଶା କରାଯାଉଛି। ଏନେଇ କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇ ସିବିଏସ୍‌ଇ ଓ ଆସିଏସ୍‌ଇ ରେଜଲ୍ଟ ଜୁଲାଇ ୧୫ରେ ପ୍ରକାଶ କରିବାକୁ କହିଛି। ମୂଲ୍ୟାଙ୍କନ ନିୟମ ଅନୁସାରେ ପରୀକ୍ଷାଫଳ ପ୍ରକାଶ କରିବା ପାଇଁ କୋର୍ଟ ମଧ୍ୟ ସିବିଏସ୍‌ଇକୁ ଅନୁମତି ଦେଇଛନ୍ତି। ଏସମ୍ପର୍କିତ ଅଧିକ ଅପ୍‌ଡେଟ୍‌ ପାଇବା ପାଇଁ ଛାତ୍ରାଛାତ୍ରୀମାନଙ୍କୁ cbse.nic.in ୱେବ୍‌ସାଇଟ୍‌ ଭିଜିଟ୍ କରିବା ପାଇଁ କୁହାଯାଇଛି।

ଖାତା ମୂଲ୍ୟାଙ୍କନ ପାଇଁ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନିୟମ ଜାରି କରିଛି ସିବିଏସ୍‌ଇ। ଏହି ନିୟମାବଳିରେ କେମିତି ହେବ ମୂଲ୍ୟାଙ୍କନ ଜାଣନ୍ତୁ।

  • ୧. ଯେଉଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲା ସେମାନଙ୍କର ସମସ୍ତ ପରୀକ୍ଷା ଦେଇ ସାରିଛନ୍ତି ସେମାଙ୍କର ଉତ୍ତର ଅନୁସାରେ ମାର୍କିଂ କରାଯିବ।
  • ୩ ରୁ ଅଧିକ ବିଷୟରେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରମାନଙ୍କ ପାଇଁ, ଶ୍ରେଷ୍ଠ ତିନୋଟି ବିଷୟରେ କରିଥିବା ପ୍ରଦର୍ଶନର ହାରାହାରି ମୂଲ୍ୟ ଅନୁସାରେ ପରୀକ୍ଷା ଦେଇନଥିବା ବିଷୟଗୁଡ଼ିକର ମୂଲ୍ୟାଙ୍କନ କରାଯିବ।
  • ସେହିଭଳି କେବଳ ୩ଟି ବିଷୟରେ ପରୀକ୍ଷା ଦେଇଥିବା ଛାତ୍ରାଛାତ୍ରୀ ତନ୍ମଧ୍ୟରୁ ଶ୍ରେଷ୍ଠ ଦୁଇଟି ବିଷୟରେ ରଖିଥିବା ମାର୍କର ହାରାହାରି ମାର୍କ ଅନୁସାରେ ଅନ୍ୟ ବିଷୟଗୁଡ଼ିକର ମୂଲ୍ୟାଙ୍କନ କରାଯିବା।
  • ବହୁତ କମ୍‌ ପିଲା ଅଛନ୍ତି, ମୁଖ୍ୟତଃ ଦିଲ୍ଲୀରୁ ଯେଉଁମାନେ ଗୋଟିଏ କି ଦୁଇଟି ବିଷୟରେ ପରୀକ୍ଷା ଦେଇଛନ୍ତି, ସେହି ବିଷୟଗୁଡ଼ିକର ପ୍ରଦର୍ଶନ ଅନୁସାରେ ସେମାନଙ୍କର ମୂଲ୍ୟାଙ୍କନ କରାଯିବ। ତା ସହିତ ମାର୍କିଂବେଳେ ଇଣ୍ଟରନାଲ ଓ ପ୍ରାକ୍ଟିକାଲ୍‌ ପ୍ରୋଜେକ୍ଟ ମୂଲ୍ୟାଙ୍କନକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ଏହି ଛାତ୍ରଛାତ୍ରୀମାନେ ଯଦି ଚାହାନ୍ତି ତେବେ ସିବିଏସ୍‌ ଏଥିପାଇଁ ଅଫ୍‌ସନାଲ୍‌ ପରୀକ୍ଷା କରାଇପାରିବ।

ଦ୍ୱାଦଶ ଶ୍ରେଣୀର ପିଲାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା

ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସିବିଏସ୍‌ଇ ବୈକଳ୍ପିକ ପରୀକ୍ଷା ବ୍ୟବସ୍ଥା କରିବ। ପୂର୍ବ ନିର୍ଦ୍ଧାରିତ ତାରିଖ ଜୁଲାଇ ୧ରୁ ୧୫ ତାରିଖ ୨୦୨୦ ମଧ୍ୟରେ ପରୀକ୍ଷା ହେବାର ସମ୍ଭାବନା ରହିଛି। ପରିସ୍ଥିତି ଅନୁସାରେ କେନ୍ଦ୍ର ସରକାର ନିଷ୍ପତ୍ତିକୁ ଦେଖି ପରୀକ୍ଷା କରିବେ।

ଯେଉଁ ଛାତ୍ରାଛାତ୍ରୀମାନଙ୍କର ପୂର୍ବ ବିଷୟର ପ୍ରଦର୍ଶନକୁ ଦେଖି ମୂଲ୍ୟାଙ୍କନ କରାଯାଇଥିବ ଓ ସେମାନେ ମୂଲ୍ୟାଙ୍କନରେ ଅସନ୍ତୁଷ୍ଟ ହେଲେ ସେମାନେ ଏହି ବୈକଳ୍ପିକ ପରୀକ୍ଷା ଦେଇପାରିବେ। ଏଥିରୁ ଯେଉଁ ରେଜଲ୍ଟ ମିଳିବ ତାହା ଫାଇନାଲ ମାର୍କ ହେବ।

ଆହୁରି ପଢ଼ନ୍ତୁ

୧୬ ବର୍ଷର ଝିଅ ଆକାଉଣ୍ଟରେ ୧୦ କୋଟି ଟଙ୍କା !

ସାଧାରଣ ଲୋକଙ୍କୁ ଦିଆଗଲା ଋଷ ଭାକ୍ସିନ୍‌ ‘ସ୍ପୁଟନିକ ଭି’

ଏନ୍‌କାଉଣ୍ଟରରେ ଦୁଇ ଲସ୍କର ଆତଙ୍କୀ ନିହତ

୩ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ, ଭୋଟ୍‌ ଗ୍ରହଣ ସମୟ ସୀମା ୧ ଘଣ୍ଟା ବୃଦ୍ଧି

ଅକ୍ଟୋବରରେ ହେବ ଭାରତ ପ୍ରସ୍ତୁତ ’କୋଭାକ୍ସିନ’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ

ଦକ୍ଷିଣ କୋରିଆ ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ଜାଳିଦେଲେ

ସାଇକେଲ ଧରି ମନ ଖୁସିରେ ଖେଳୁଥିଲେ ପିଲା, ଏପଟେ ଛକି ବସିଥିଲା ମାଉଣ୍ଟେନ ଲାୟନ

ଭାରତରେ Harley-Davidsonର ପ୍ରଡକ୍ଟ ଓ ସେଲ୍ ବନ୍ଦ

ଗଲୱାନ ସଂଘର୍ଷରେ କେତେ ସୈନିକଙ୍କୁ ହରାଇଛି, ହିସାବ ଦେଲା ଚୀନ

୧୨ ବର୍ଷର ନାବାଳକଙ୍କ ସମେତ ୩ ଜଣଙ୍କ ଉପରେ ଚଢ଼ିଗଲା ବସ୍‌

କୃଷି ବିଲ୍‌ ବିରୋଧରେ ଚାଷୀଙ୍କ ‘ଭାରତ ବନ୍ଦ’ ଡାକରା ଆଜି

କମିଲା ସୁନା ଓ ରୂପା ଦର

You might also like