ଦଶମ, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ପ୍ରକାଶ କଲା ସିବିଏସ୍ଇ 

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର  ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ୨୦୨୧ ବୋର୍ଡ ପରୀକ୍ଷା ପାଇଁ ସଂଶୋଧିତ ତାରିଖ ଘୋଷଣା କରିଛି। ଏଠାରେ ଉଲ୍ଲେଖ କରାଯିବା ଜରୁରୀ ଯେ,  ଦଶମ  ଏବଂ ଦ୍ୱାଦଶ  ଶ୍ରେଣୀ ବୋର୍ଡ ପରୀକ୍ଷା ମେ’ ୪ ରୁ ଜୁନ୍ ୧୪, ୨୦୨୧ ମଧ୍ୟରେ ଅନୁଷ୍ଠିତ ହେବ ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଦଶମ ଶ୍ରେଣୀର ଛାତ୍ରମାନଙ୍କ ପାଇଁ ବିଜ୍ଞାନ ପରୀକ୍ଷା ମେ’ ୨୧ କୁ ଘୁଞ୍ଚାଇ ଦିଆଯାଇଛି। ଦଶମ ଶ୍ରେଣୀ ପାଇଁ, ଯେଉଁ ବିଷୟଗୁଡ଼ିକର ପରୀକ୍ଷା ପୁନଃନିର୍ଦ୍ଧାରିତ ହୋଇଛି ସେ ବିଷୟ ଗୁଡିକ ହେଲା ଗଣିତ, ବିଜ୍ଞାନ, ଫରାସୀ, ଜର୍ମାନ, ଆରବୀ, ସଂସ୍କୃତ, ମାଲାୟାଲମ୍, ପଞ୍ଜାବୀ, ରଷିଆନ  ଏବଂ ଉର୍ଦ୍ଦୁ । ଦଶମ ଶ୍ରେଣୀ ପାଇଁ ବିଜ୍ଞାନ ପରୀକ୍ଷା ମ’ ୨୧ କୁ ଘୁଞ୍ଚାଇ ଦିଆଯାଇଛି।

ଏହାପୂର୍ବରୁ ଉକ୍ତ ପରୀକ୍ଷା ମେ’ ୧୫ ରେ ହେବାକୁ ଥିଲା ।  ଦଶମ  ଶ୍ରେଣୀ  ପାଇଁ, ଗଣିତ ପରୀକ୍ଷାକୁ ଅନ୍ୟାନ୍ୟ ବିଭିନ୍ନ ବିଷୟ ସମେତ ସଂଶୋଧିତ ତାରିଖ ସିଟ୍‌ରେ  ୨୧ ମେ’ରୁ ୨ ଜୁନ୍‌କୁ ସ୍ଥାନାନ୍ତର କରାଯାଇଛି । ଦ୍ୱାଦଶ ଶ୍ରଣୀ ବିଜ୍ଞାନ ବିଭାଗ  ପାଇଁ, ପଦାର୍ଥ ବିଜ୍ଞାନ ପରୀକ୍ଷା ଯାହା ମେ’ ୧୩ ରେ ଅନୁଷ୍ଠିତ ହେବାର ଥିଲା, ତାକୁ ଜୁନ୍ ୮, ୨୦୨୧ କୁ ଘୁଞ୍ଚାଇ ଦିଆଯାଇଛି। ମେ’ ୩୧ ରେ ଗଣିତ ଏବଂ ପ୍ରୟୋଗିତ ଗଣିତ ବା ଏପଲାଏଡ ଗଣିତ   ପରୀକ୍ଷା ଅନୁଷ୍ଠିତ ହେବ । ଜୁନ୍ ୨ ରେ ଦ୍ୱାଦାଶ ଶ୍ରେଣୀର ହେବାକୁ ଥିବା  ଭୂଗୋଳ ପରୀକ୍ଷା ବର୍ତମାନ ଜୁନ୍ ୩ ରେ ଅନୁଷ୍ଠିତ ହେବ। ୧୩ ଓ ୧୪ ମେ’ ରେ ଦ୍ୱାଦଶ  ଶ୍ରେଣୀର  ଛାତ୍ରଛାତ୍ରୀଙ୍କ କୌଣସି ପରୀକ୍ଷା ହେବ ନାହିଁ।
ସଂଶୋଧିତ ତାରିଖ ସିଟ୍ ଅନୁଯାୟୀ,  ଦଶମ ଶ୍ରେଣୀର ଥିଓରୀ  ପରୀକ୍ଷା ମେ’ ୪ ରେ ଆରମ୍ଭ ହୋଇ ଜୁନ୍ ୭ ରେ ଶେଷ ହେଉଥିବା ବେଳେ  ଦ୍ୱାଦଶ ଶ୍ରେଣୀର ପରୀକ୍ଷା  ମେ’ ୪ ରୁ ଆରମ୍ଭ ହୋଇ ୧୪ ଜୁନ୍ ରେ ଶେଷ ହେବ।

ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ:

୧.ପ୍ରତ୍ୟେକ ପରୀକ୍ଷା ପାଇଁ ଥିବା ସମୟର ଅବଧି  ଡେଟ୍‌ସିଟରେ  ସୂଚିତ କରାଯାଇଛି
୨. ପ୍ରଶ୍ନପତ୍ରରେ ମଧ୍ୟ ପ୍ରତ୍ୟେକ ବିଷୟ / ପ୍ରଶ୍ନପତ୍ର ପାଇଁ ଥିବା ସମୟର ଅବଧି ଦର୍ଶାଯାଇଛି। ତାକୁ ଅନୁସରଣ କରିବା ଆବଶ୍ୟକ
୩. ଉତ୍ତର ଖାତା  ପ୍ରାର୍ଥୀମାନଙ୍କୁ ସକାଳ ୧୦ଟାରୁ ୧୦ଟା ୧୫ ମଧ୍ୟରେ ବଣ୍ଟନ କରାଯିବ
୪. ପ୍ରାର୍ଥୀମାନେ ଉତ୍ତର ପୁସ୍ତକ ଉପରେ ସେମାନଙ୍କର ନାଁ, ରୋଲ ନମ୍ବର ଇତ୍ୟାଦି  ଲେଖିବେ
୫. ସହକାରୀ ଅଧୀକ୍ଷକ (ମାନଙ୍କ) ଦ୍ୱାରା ଏ ଗୁଡିକ ଯାଞ୍ଚ କରାଯାଇ ଦସ୍ତଖତ କରାଯିବ
୬. ପ୍ରଶ୍ନ ପତ୍ର ସକାଳ ୧୦.୧୫ରେ ବଣ୍ଟନ କରାଯିବ
୭. ୧୦.୧୫AM ରୁ ୧୦.୩୦ AM (15 ମିନିଟ୍)ରୁ ପ୍ରାର୍ଥୀମାନେ ପ୍ରଶ୍ନପତ୍ର ପଢିବେ
୮. ପ୍ରଶ୍ନର ଉତ୍ତର ଲେଖିବା ପାଇଁ ଛାତ୍ରଛାତ୍ରୀମାନେ  ଉପଯୁକ୍ତ ଯୋଜନା କରିବା ଆବଶ୍ୟକ
୯. ୧୦.୩୦ ମିନିଟରେ  ପ୍ରାର୍ଥୀମାନେ ଉତ୍ତର ଲେଖିବା ଆରମ୍ଭ କରିବେ
୧୦. ଫଳାଫଳ ଘୋଷଣା ତାରିଖ ବିଷୟରେ କୌଣସି ତଥ୍ୟ ଦିଆଯାଇ ନାହିଁ
୧୧.ଅଧିକ ଅପଡେଟ ପାଇଁ ଦେଖନ୍ତୁ www.cbse.nic.in

You might also like