ଆସନ୍ତାକାଲି ବାହାରିବ CBSE  ୧୦ମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ:କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE)  ୧୦ମ ଶ୍ରେଣୀ ପରୀକ୍ଷାଫଳ ଜୁଲାଇ ୧୫ ତାରିଖ ସୁଦ୍ଧା ପ୍ରକାଶ ପାଇବ। ତେବେ ନିର୍ଦ୍ଦିଷ୍ଟ କେଉଁ ସମୟରେ ଫଳ ପ୍ରକାଶ ପାଇବ ସିବିଏସ୍‌ଇ ପକ୍ଷରୁ କୁହାଯାଇ ନାହିଁ। ପରୀକ୍ଷା ଫଳ cbse.nic.in ଏବଂ cbseresults.nic.inରେ ଦେଖି ପାରିବେ।

ଜୁଲାଇ ୧୫ ପୂର୍ବରୁ ଦଶମ ଏବଂ ଦ୍ୱାଦଶର ଫଳାଫଳ ଘୋଷଣା କରିବା ପାଇଁ ପୂର୍ବରୁ CBSE ପକ୍ଷରୁ କୁହାଯାଇଥିଲା । ଗତକାଲି  ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ତେବେ ଦଶମ ଫଳାଫଳକୁ ନେଇ ଅଭିଭାବକମାନେ ଚିନ୍ତାରେ ଥିଲେ। ବୁଧବାର ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ମାନବ ସମ୍ୱଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଟୁଇଟ୍ କରି ସୂଚନା ଦେଇଛନ୍ତି।

ତେବେ ରେଜଲ୍ଟ ବାହାରିବା ସମୟରେ ଟ୍ରାଫିକ ଜାମ୍‌ ଯୋଗୁ ୱେବ ପେଜ ‌ଖୋଲି ନ ପାରେ। ଏପରି ପରିସ୍ଥିତି ପାଇଁ  ସିବିଏସ୍‌ଇ ବିକଳ୍ପ ବ୍ୟବସ୍ଥା କରିଛି। ଆପଣ 011-24300699 କିମ୍ବା 011-28127030 ନମ୍ବରେ କଲ କରିବେ। କଲ କରିବା ସମୟେରେ ଆପଣଙ୍କୁ ରୋଲ୍‌ ନଂ ଏବଂ  ଜନ୍ମତାରିଖ ପଚାରିବେ। ଏହା ମୋବାଇଲରେ ଟାଇପ କରି ପଠାଇବା ପରେ ରେଜଲ୍ଟ ମିଳିଯିବ। ନଚେତ୍ UMANG ଆପ୍ ସାହାଯ୍ୟରେ ମଧ୍ୟ ରେଜଲ୍ଟ ପାଇପାରିବେ।

ଏହାବ୍ୟତୀତ ମୋବାଇଲ ମେସଜ ବକ୍ସକୁ ଯାଇ se10 ଲେଖି 12345678 କିମ୍ବା  7738299899କୁ ପଠାଇଦେବେ।

You might also like