CBSE ଦଶମ, ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ‘କରୋନା’ ପାଇଁ ଆଜି ହେବାକୁ ଥିବା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ‘କରୋନା’ ସତର୍କତା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ CBSE ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ତେବେ ପରୀକ୍ଷା ପୁଣି କେବେ କରାଯିବ ସେନେଇ ପରେ ଘୋଷଣା କରାଯିବ ବୋଲି CBSE ପକ୍ଷରୁ କୁହାଯାଇଛି। ସମସ୍ତ ସ୍କୁଲ ଏନେଇ ଛାତ୍ରଛାତ୍ରୀଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାଛଡ଼ା ଦେଶର ବିଭିନ୍ନ ସେଣ୍ଟରରେ ଚାଲିଥିବା ପରୀକ୍ଷା ଖାତା ମୂଲ୍ୟାୟନକୁ ମଧ୍ୟ ଚଳିତ ମାସ ୩୧ ତାରିଖ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି CBSE।

You might also like